ନୂଆଦିଲ୍ଲୀ : ଇରାନରେ ୨ ସପ୍ତାହ ଧରି ଲାଗି ରହିଥିବା ହିଜାବ ବିରୋଧୀ ଆନ୍ଦୋଳନ ଓ ହିଂସା ପାଇଁ ୮୩ ଜଣଙ୍କ ମୃତ୍ୟୁ ହେଲାଣି। ବିଭିନ୍ନ ସହରରେ ଏବେ ବି ଆନ୍ଦୋଳନ ଜାରି ରହିଛି। ହିଜାବ ପିନ୍ଧିନଥିବାରୁ ପୁଲିସ ନିର୍ଯାତନାରେ ୨୨ ବର୍ଷୀୟା ମହସା ଆମିନିଙ୍କ ମୃତ୍ୟୁକୁ ବିରୋଧ କରି ଦେଶବ୍ୟାପୀ ହିଂସାତ୍ମକ ଆନ୍ଦୋଳନ ଚାଲିଛି । ପୁଲିସ ଏହି ମାମଲାରେ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ୟୁରୋପୀୟ ରାଷ୍ଟ୍ରସଂଘ ଇରାନ ଉପରେ କଟକଣା ଜାରି କରୁ ବୋଲି ଜର୍ମାନୀ ବିଦେଶ ମନ୍ତ୍ରୀ ଚାହାନ୍ତି।