ଅହମଦାବାଦ: କୋଭିଡ୍–୧୯ର ଉଚିତ ମୁକାବିଲା ପାଇଁ ବିଭିନ୍ନ ରାଷ୍ଟ୍ର ଏହାର ଉପଯୁକ୍ତ ପ୍ରତିଷେଧକ ଟିକା କିମ୍ବା ସଫଳ ଉପଶମକାରୀ ଔଷଧ ସନ୍ଧାନରେ ବ୍ୟସ୍ତ ରହିଛନ୍ତି। ତେବେ ଏ ଦିଗରେ ଅହମଦାବାଦ ସ୍ଥିତ ଭାରତୀୟ ଔଷଧ କମ୍ପାନି କାଡି଼ଲା ଫାର୍ମା କିଛି ବାଟ ଆଗେଇ ଯାଇଛି। କାଉନସିଲ ଅଫ୍ ସାଇଣ୍ଟିଫିକ୍ ଏଣ୍ତ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ(ସିଏସ୍ଆଇଆର୍) ସହଯୋଗରେ କାଡି଼ଲା କମ୍ପାନି କରୁଥିବା ରୋଗପ୍ରତିରୋଧବର୍ଦ୍ଧକ(ଇମ୍ୟୁନୋମଡୁଲେଟର) କରୋନା ଆକ୍ରାନ୍ତଙ୍କୁ ଆରୋଗ୍ୟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଚିା। ଏପରିକି ଆଗାମୀ ଦୁଇ ମାସ ଭିତରେ ଏହି ରୋଗ ପ୍ରତିରୋଧବର୍ଦ୍ଧକ ବଜାରରେ ଉପଲବ୍ଧ ହୋଇପାରିବ ବୋଲି କମ୍ପାନି ଲକ୍ଷ୍ୟ ରଖିଛି।
ଅହମଦାବାଦ ସନ୍ନିକଟ ଢୋଲକା ସ୍ଥିତ କମ୍ପାନିର ନିଜସ୍ବ କାରଖାନାରେ 'ସେପ୍ସିଭିକ୍' ନାମକ ଏହି ଔଷଧ ପ୍ରସ୍ତୁତି ଜାରି ରହିଛି। ପୂର୍ବରୁ କୁଷ୍ଠରୋଗ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥିବା ଏହି ଔଷଧକୁ କୋଭିଡ୍–୧୯ ରୋଗୀ ଶରୀରର ରୋଗପ୍ରତିରୋଧ ଶକ୍ତି ବଡ଼ାଇବାରେ ସହାୟକ ହେବ ବୋଲି ଆଶା କରାଯାଇଛିା ଏଥିପାଇଁ ଭାରତୀୟ ଭେଷଜ ମହାନିୟନ୍ତ୍ରକ ମଧ୍ୟ ସବୁଜ ସଂକେତ ଦେଇସାରିଛନ୍ତିା ଏହି ଅବସରରେ ଚଣ୍ତୀଗଡ଼ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଏଣ୍ତ୍ ରିସର୍ଚ୍ଚରେ ଚିକିତ୍ସାଧୀନ ଥିବା ଜଣେ ସଂକଟାପନ୍ନ କୋଭିଡ୍–୧୯ ରୋଗୀ ସମେତ ୪ ଜଣ ସାର୍ସ–କୋଭ୍–୨ ଆକ୍ରାନ୍ତଙ୍କ ଠାରେ 'ସେପ୍ସିଭିକ୍'ର ନୈଦାନିକ ପରୀକ୍ଷଣ ହୋଇସାରିଛି। ତେବେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚଳିିତ ସପ୍ତାହରୁ ଆରମ୍ଭ ହେବ। ତେବେ ଯୋଜନା ଅନୁସାରେ ସବୁ କିଛି ଠିକ୍ ରହିଲେ ଏପରିକି ଦୁଇ ମାସରୁ କମ୍ ସମୟ ଭିତରେ ମଧ୍ୟ ଏହା ସର୍ବସାଧାରଣ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରିବ ବୋଲି କୁହାଯାଇଛି।