ନୂଆଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବାଧୀନ ଆପ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ରବିବାର ଦିନ ପୁଣି ସମାଲୋଚନା କରିଛନ୍ତି। ଆପ୍କୁ ଏକ ବିଫଳ ରାଜନୈତିକ ଷ୍ଟାର୍ଟଅପ୍ ବୋଲି ସେ କହିଛନ୍ତି। କେଜ୍ରିୱାଲ ଏବଂ ଆପ୍ ନେତାମାନେ ଗୁଜରାଟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଥିବାବେଳେ ବିଶ୍ବ ଶର୍ମା ଆଜି ଏକଭଳି କଟାକ୍ଷ କରିଛନ୍ତି।
ସେ କହିଛନ୍ତି, ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ଗୁଜରାଟ ବିଜେପି ଦ୍ବାରା ଶାସିତ ହୋଇ ଆସୁଛି। କିନ୍ତୁ ଗତ ୧୦ ବର୍ଷ ହେଲା ଆପ୍ ସେହି ସମାନ ଜିନିଷ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଡେଲିଭରିର କୌଣସି ପ୍ରମାଣ ନାହିଁ ବୋଲି ବିଜେପି ନେତା ବିଶ୍ବ ଶର୍ମା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/hemanta-biswasharma.jpg)