ବ୍ରିଟିସ କୋର୍ଟରେ ଆବେଦନ ଖାରଜ: ଭାରତକୁ ପ୍ରତ୍ୟର୍ପିତ ହେବେ, ନିରବ ମୋଦୀ

ଲଣ୍ଡନ: ପଳାତକ ଭାରତୀୟ ବ୍ୟବସାୟୀ ନିରବ ମୋଦୀ ତଳ କୋର୍ଟର ପ୍ରତ୍ୟର୍ପଣ ଆଦେଶ ବିରୋଧରେ ବ୍ରିଟିସ ହାଇକୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ବୁଧବାର ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ସେ ଜାଲିଆତି ଓ ମନିଲଣ୍ଡରିଂ ମାମଲାର ସମ୍ମୁଖୀନ ହେବା ପାଇଁ ଭାରତକୁ ପ୍ରତ୍ୟର୍ପିତ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

୫୧ ବର୍ଷୀୟ ନିରବ ମୋଦୀ ହେଉଛନ୍ତି ୧୩,୦୦୦ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ। ଦୁର୍ନୀତି ଧରା ପଡ଼ିବା ଓ ତଦନ୍ତ ଆରମ୍ଭ ହେବା ପରେ ଗିରଫ ହେବା ଭୟରେ ସେ ଭାରତ ଛାଡ଼ି ପଳାୟନ କରିଥିଲେ। ଇଂଲଣ୍ଡରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସେ ଲଣ୍ଡନ ସ୍ଥିତ ୱାଣ୍ଡସୱର୍ଥ ଜେଲରେ ରହୁଛନ୍ତି। ମାନସିକ ସ୍ବାସ୍ଥ୍ୟ ଆଧାରରେ ସେ ପ୍ରତ୍ୟର୍ପଣ ବିରୋଧରେ ବ୍ରିଟିସ କୋର୍ଟରେ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର