ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା ପାଇଁ ଭାରତୀୟ ସ୍ଥଳ ସେନା, ନୌସେନା ଏବଂ ବାୟୁସେନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସଠିକ୍ ସମୟରେ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ରହିଛି ବୋଲି ସିଡିଏସ୍ ବିପିନ ରାୱତ କହିଛନ୍ତି। କରୋନା ମୁକାବିଲା ଦିଗରେ ତିନି ସେନାର ପ୍ରସ୍ତୁତି ଏବଂ କରୋନା ମହାମାରୀ କିଭଳି ପ୍ରତିରକ୍ଷା କ୍ଷେତ୍ରକୁ ଏକ ଶିକ୍ଷା ପ୍ରଦାନ କରିଛି ସେ ସଂକ୍ରାନ୍ତରେ ଏକ ସାକ୍ଷାତକାର ଦେଇ ସିଡିଏସ୍ ରାୱତ ଆଜି ଏହା କହିଛନ୍ତି। ରାୱତ କହିଛନ୍ତି, ସ୍ଥିତି କିଭଳି ନିୟନ୍ତ୍ରଣ କରାଯିବ ସେନେଇ ପ୍ରଥମେ କ୍ୟାବିନେଟ୍ ସଚିବମାନେ ବୈଠକ ଏବଂ ଆଲୋଚନା କରୁଛନ୍ତି ଏବଂ ପରେ ଭାରତୀୟ ସ୍ଥଳ ସେନା, ନୌସେନା ଓ ବାୟୁସେନାକୁ ଏନେଇ ନିର୍ଦ୍ଦେଶ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଅହରହ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ସେହି ଅନୁସାରେ ୩ ସେନାକୁ ନିର୍ଦ୍ଦେଶ ଦିଆଯାଉଛି। କ୍ୟାବିନେଟ୍ ସଚିବମାନେ ବୈଠକ କରୁଛନ୍ତି ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦ୍ବାରା ୩ ସେନାକୁ ତୁରନ୍ତ ଦାୟିତ୍ବ ଅର୍ପଣ କରାଯାଉଛି ବୋଲି ରାୱତ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତିନି ସେନାର କମାଣ୍ଡର ଇନ୍ ଚିଫ୍ଙ୍କ ସହ କଥା ହୋଇଛନ୍ତି ଏବଂ ସେନାର ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ କରିଛନ୍ତି। ରାୱତ କହିଛନ୍ତି, ଏଯାବତ୍ ସୀମାରେ ମୁତୟନ ହୋଇଥିବା ଆମର କୌଣସି ସୈନିକ କରୋନା ସଂକ୍ରମିତ ହୋଇନାହାନ୍ତି। କରୋନା ମୁକାବିଲା ଦିଗରେ ଜନସାଧାରଣ ଏବଂ ସରକାରଙ୍କୁ ସହଯୋଗ କରିବାପାଇଁ ସେନାବାହିନୀର ସଦସ୍ୟମାନେ ପ୍ରଥମେ ସଂକ୍ରମଣମୁକ୍ତ ରହିବା ଉଚିତ ବୋଲି ରାୱତ କହିଛନ୍ତି।
କୋଭିଡ୍-୧୯ ମୁକାବିଲା ପାଇଁ ସେନା ପ୍ରସ୍ତୁତ, ସ୍ଥଳସେନା-ବାୟୁସେନା-ନୌସେନା ଉପଯୁକ୍ତ ସମନ୍ବୟରେ କାମ କରୁଛନ୍ତି: ରାୱତ
/sambad/media/post_attachments/wp-content/uploads/2019/12/army.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)