ପୁଣି ଅଟକିଲା ନାସାର ଚନ୍ଦ୍ର ଅଭିଯାନ

ଫ୍ଲୋରିଡ଼ା : ପୁଣି ସ୍ଥଗିତ ରହିଲା ଆମେରିକାର ଚନ୍ଦ୍ର ଅଭିଯାନ । ୫ ଦିନ ମଧ୍ୟରେ ୨ୟ ଥର ପାଇଁ ନାସା ପକ୍ଷରୁ ମହାକାଶକୁ ପ୍ରେରଣ କରାଯିବାକୁ ଥିବା ସ୍ପେଶ ଲଞ୍ଚିଂ ସିଷ୍ଟମ (ଏସଏଲଏସ) ରକେଟ୍ର ଉତକ୍ଷେପଣକୁ ସ୍ଥଗିତ ରଖାଯାଇଛି । ଇଂଜିନରେ ତ୍ରୁଟି ପାଇଁ ଗତ ଅଗଷ୍ଟ ୨୯ରେ ଏହି ରକେଟର ଉତକ୍ଷେପଣକୁ ପ୍ରଥମ ଥର ପାଇଁ ସ୍ଥଗିତ ରଖାଯାଇଥିଲା ।

ଆଜି ମଧ୍ୟ ଏହି ତ୍ରୁଟିକୁ ସଜାଡ଼ିବାକୁ ନାସାର ଇଂଜିନିୟରମାନେ ବିଫଳ ହୋଇଛନ୍ତି । ରକେଟର ମୁଖ୍ୟ ଇନ୍ଧନ ଟାଙ୍କିକୁ ଲିକ୍ବିଡ୍ ଅକ୍ସିଜେନ ପ୍ରେରଣ କରୁଥିବା ପ୍ରୋପେଲାଣ୍ଟରେ ଛିଦ୍ର ଯୋଗୁଁ ଏହି ସମସ୍ୟା ହେଉଥିବା କୁହାଯାଉଛି ।

ଆସନ୍ତା ସୋମବାର କିମ୍ବା ମଙ୍ଗଳବାରଦିନ ଏହି ରକେଟ ଉତକ୍ଷେପଣ ପାଇଁ ପୁଣି ଉଦ୍ୟମ କରିପାରେ ନାସା ।

ଆର୍ଟେମିସ-୧ ନାମକ ଏହି ଅଭିଯାନ ମଧ୍ୟମରେ ସ୍ପେଶ ଲଞ୍ଚିଂ ସିଷ୍ଟମ (ଏସଏଲଏସ) ରକେଟ୍ ଓରିଅନ ନାମକ କାପସୁଲ ( ମହାକାଶ ଯାନ)କୁ ଚନ୍ଦ୍ରର କକ୍ଷପଥରେ ସ୍ଥାପିତ କରି ଫେରିଆସିବ । ଓରିଅନ ମହାକାଶ ଯାନ ଚନ୍ଦ୍ର ଚାରିପଟେ ୬ ସପ୍ତାହ ବୁଲିବା ପରେ ଶେଷରେ ପୃଥିବୀକୁ ଫେରିଆସିବ ଓ ପ୍ରଶାନ୍ତ ମହାସାଗରରେ ଓହ୍ଲାଇବ । ଏହି ଅଭିଯାନର ୨ୟ ପର୍ଯ୍ୟାୟରେ ଆସନ୍ତା ୨୦୨୫ ସୁଦ୍ଧା ଚନ୍ଦ୍ରରେ ମାନବ ଅବତରଣ ପାଇଁ ଆମେରିକା ଲକ୍ଷ୍ୟ ରଖିଛି ।

ପ୍ରାୟ ୫୦ ବର୍ଷ ତଳେ, ୧୯୭୨ ମସିହାରେ ଆମେରିକାର ଆପୋଲୋ-୧୭ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ମଣିଷକୁ ଓହ୍ଲାଇଥିଲା ।

 

ସମ୍ବନ୍ଧିତ ଖବର