ଗୌହାଟି: ଆସାମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଦ୍ୱାଦଶ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ପ୍ରାୟ ୨୨ ହଜାର ଛାତ୍ରୀଙ୍କୁ ଆସାମ ସରକାର ସ୍କୁଟି ଦେବେ। ମଙ୍ଗଳବାର ରାଜ୍ୟର ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ‘ପ୍ରଜ୍ଞା ଭାରତୀ’ ଯୋଜନା ଅଧୀନରେ ଛାତ୍ରୀମାନଙ୍କୁ ସ୍କୁଟି ବଣ୍ଟନ କରାଯିବ। ରାଜ୍ୟ ବୋର୍ଡ ଛାତ୍ରମାନଙ୍କ ପାଇଁ ସରକାରୀ କଲେଜରେ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଇଲେକ୍ଟ୍ରିକ୍ ସ୍କୁଟି ପାଇଁ ଆବେଦନ କରିବାକୁ ସରକାର ଛାତ୍ରୀମାନଙ୍କ ପାଇଁ ଆବେଦନ ବ୍ୟବସ୍ଥା କରିଛନ୍ତି। ପ୍ରତି ସ୍କୁଟି ପିଛା ୫୦ ହଜାରରୁ ୫୫ ହଜାର ଟଙ୍କା ଖର୍ଚ୍ଚ କରାଯିବାକୁ ଧାର୍ଯ୍ୟ କରାଯାଇଛି। ୨୦୨୦ ଅକ୍ଟୋବର ୧୫ ତାରିଖ ସୁଦ୍ଧା ସ୍କୁଟି ବଣ୍ଟନ କାର୍ଯ୍ୟ ଶେଷ ହେବ। ହିତାଧିକାରୀମାନେ ତିନି ବର୍ଷ ପୂର୍ବରୁ ସେମାନଙ୍କ ସ୍କୁଟି ବିକ୍ରି କରିପାରିବେ ନାହିଁ।
ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ୨୨ ହଜାର ଛାତ୍ରୀଙ୍କୁ ସ୍କୁଟି ଦେବେ ଆସାମ ସରକାର
/sambad/media/post_attachments/wp-content/uploads/2018/04/scooter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)