ମହାରାଷ୍ଟ୍ରରେ ସରପଞ୍ଚ ପଦ ନିଲାମ ଚାଲିଛି, ୨ ଗ୍ରାମ ପଂଚାୟତର ନିର୍ବାଚନ ରଦ୍ଦ

ମୁମ୍ବାଇ: ମହାରାଷ୍ଟ୍ରରେ ୩୪ଟି ଜିଲ୍ଲାର ୧୪ ହଜାର ୨୩୪ ଗ୍ରାମ ପଂଚାୟତରେ ଆଗାମୀ ୧୫ ଜାନୁଆରିରୁ ନିର୍ବାଚନ ହେବ। ତେବେ ପଂଚାୟତ ନିର୍ବାଚନ ପୂର୍ବରୁ କେତେକ ଗ୍ରାମ ପଂଚାୟତରେ ସରପଂଚ ପଦ ନିଲାମ ହେଉଥିବା ଦେଖିବାକୁ ମିଳିଛି। ଏ ବାବଦରେ ନିର୍ବାଚନ କମିସନ ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି ଏବଂ ଦୁଇଟି ପଂଚାୟତରେ ସରପଂଚ ପଦ ନିଲାମ ହୋଇଯାଇଥିବାରୁ ସେଠାରେ ନିର୍ବାଚନ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ନାସିକ୍‌ର ଉମରାଣେ ଗ୍ରାମରେ ସରପଂଚ ପଦ ୨ କୋଟି ୪୨ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି। ସେହିଭଳି ଉତ୍ତର ମହାରାଷ୍ଟ୍ରର ନନ୍ଦୁରୱାର ଜିଲ୍ଲାରେ ଖୋଡ଼ାମଲି ଗ୍ରାମରେ ମଧ୍ୟ ସରପଂଚ ପଦର ନିଲାମ ମାମଲା ସାମ୍ନାକୁ ଆସିଛି। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସରପଂଚ ପଦ ପାଇଁ ନିଲାମ ହୋଇଥିଲା

ସମ୍ବନ୍ଧିତ ଖବର