ଦନ୍ତେଓ୍ଵାଡ଼ା: ଛତିଶଗଡ଼ର ଦନ୍ତେଓ୍ଵାଡ଼ା ପରି ଏକ ମାଓପ୍ରବଣ ଅଞ୍ଚଳରେ ମହିଳାଙ୍କ ଦ୍ୱାରା ଚାଳିତ ଅଟୋ ସେବା ଏବେ ଚର୍ଚ୍ଚା ପାଲଟିଛି। ଅକ୍ଟୋବର ମାସରେ ଦନ୍ତେଓ୍ଵାଡ଼ା ଜିଲ୍ଲାରେ ପ୍ରଥମ କରି ଇଲେକ୍ଟ୍ରିକ୍ ଅଟୋ ରିକ୍ସା ସେବା ଆରମ୍ଭ ହୋଇଥିଲା। ଗ୍ରାମାଞ୍ଚଳୁ ଦନ୍ତେଓ୍ଵାଡ଼ା ସହର ପର୍ଯ୍ୟନ୍ତ ଜାନବାହାନ ଯୋଗାଇ ଦେବା ଲକ୍ଷ୍ୟରେ ଏହି ସେବା ଆରମ୍ଭ ହୋଇଥିଲା। ମହିଳାମାନେ ଏହି ସେବା ଜରିଆରେ ଏକା ସାଥେ ପରିବହନ ସୁବିଧା ଯୋଗାଇବା ସହ ନିଜ ର ଆୟ ବୃଦ୍ଧି କରିପାରିବେ। ସବୁଠାରୁ ବଡ଼ କଥା ହେଲା ଦନ୍ତେଓ୍ଵାଡ଼ାରେ ରହିଥିବା ମାଓବାଦୀମାନଙ୍କୁ ତିଳେ ବି ଖାତିର ନକରି ଏହି ମହିଳାମାନେ ରାସ୍ତାରେ ଆଟୋ ଧରି ବାହାରିବାର ସାହସ କରିପାରିଛନ୍ତି।
ସ୍ୱଂୟ ସହାୟତା ଗୋଷ୍ଠୀ ପକ୍ଷରୁ ମହିଳାଙ୍କୁ ଏହି କାର୍ଯ୍ୟ ପ୍ରଦାନ କରାଯାଇଛି। ଏହି ଆଟୋ କିଣିବା ପାଇଁ ମହିଳା ୨୦ ପ୍ରତିଶତ ଦେଇଥିବା ବେଳେ ସରକାରଙ୍କ ପକ୍ଷରୁ ୮୦ ପ୍ରତିଶତ ସହାୟତା ମିଳିଛି। ଏହି ଆଟୋଟିରେ ଚାକଳ ମହିଳା ହୋଇଥିବା ପରି କେବଳ ମହିଳା ଯାତ୍ରୀ ହିଁ ଯାତ୍ରା କରିପାରିବେ। ଆଟୋ ଚାଳକମାନେ ୟୁନିଫର୍ମ ପିନ୍ଧି ଅଟୋ ଚଳାଉଥିବା ବେଳେ ତାଙ୍କ ନିକଟରେ ରହିଛି ଜିପିଏସ୍ ଫୋନ୍। ସେ ଦିନକୁ ପ୍ରାୟ ୩୦୦ ରୁ ୪୦୦ ରୋଜଗାର କରିପାରୁଛନ୍ତି।
ଏ ବାବଦରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ଯେ ଯେହେତୁ ସ୍ଥାନୀୟ ଲୋକେ ଆଟୋଟିରେ ଅର୍ଥ ନିବେଶ କରିଛନ୍ତି ଯଦି ମାଓବାଦୀମାନେ ଏହି ଆଟୋକୁ ଜାଳିବାର ଦୁଃସାହାସ କରନ୍ତି ତେବେ ପରିସ୍ଥିତି ଭୟାବହ ହେବ।