ନୂଆଦିଲ୍ଲୀ: ଯୋଜନାବଦ୍ଧ ଭାବେ ବାବ୍ରି ମସ୍ଜିଦ ଭଙ୍ଗାଯାଇଥିଲା ଏବଂ ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ ଉମା ଭାରତୀ ଦାୟୀ ବୋଲି ଜଷ୍ଟିସ ଲିବରହାନ୍ କହିଛନ୍ତି। ଗତକାଲି ସିବିଆଇର ସ୍ବତନ୍ତ୍ର କୋର୍ଟ ବାବ୍ରି ମସଜିଦ ଭଙ୍ଗା ଘଟଣାରେ ୩୨ ଜଣଙ୍କୁ ଦୋଷମୁକ୍ତ କରିବା ପରେ ବିଚାରପତି ଲିବରହାନ୍ ଏଭଳି ବୟାନ ରଖିଛନ୍ତି। ସେ କହିଛନ୍ତି ଯୋଜନାବଦ୍ଧ ଭାବେ ବାବ୍ରି ମସଜିଦ ଭଙ୍ଗାଯାଇଥିଲା। ସୂଚନାଯୋଗ୍ୟ, ୧୯୯୨ ଡିସେମ୍ବର ୬ରେ ବାବ୍ରି ମସ୍ଜିଦ ଭଙ୍ଗାଯିବା ପରେ ଘଟଣାର ତଦନ୍ତ ପାଇଁ ଲିବରହାନ କମିସନ ଗଠନ କରାଯାଇଥିଲା। ଅବସରପ୍ରାପ୍ତ ବିଚାରପତି ମନମୋହନ ସିଂହ ଲିବରହାନ ଏହି କମିଟିର ନେତୃତ୍ବ ନେଇଥିଲେ।
ବାବ୍ରି ମସ୍ଜିଦ ଭଙ୍ଗା ଘଟଣା, ଯୋଜନାବଦ୍ଧ ଥିଲା: ଜଷ୍ଟିସ ଲିବରହାନ୍
/sambad/media/post_attachments/wp-content/uploads/2019/12/babri-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)