ମୋତେ ଧୋକା ଦେଇଦେଲେ: ନିଜ ସରକାର ଉପରେ ବର୍ଷିଲେ ସିଦ୍ଧୁ

ଚଣ୍ଡିଗଡ଼: ସୁପ୍ରିମକୋର୍ଟରେ ପଂଜାବ ସରକାରଙ୍କ ସତ୍ୟପାଠ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନବଜ୍ୟୋତ ସିଂ ସିଦ୍ଧୁ । ସେମାନଙ୍କୁ ଭରଷା କରିଥିଲି, ମୋତେ ପଛରୁ ଛୁରୀ ମାରିଦେଲେ ।

ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ସିଦ୍ଧୁ ୩୦ ବର୍ଷ ତଳର ଏକ ଗାଡ଼ି ଚଢାଇ ହତ୍ୟା ମାମଲାରେ ଅଭିଯୁକ୍ତ ଅଛନ୍ତି । ଏହି ହତ୍ୟାମାମଲାରେ ସିଦ୍ଧୁଙ୍କ ସଂପୃକ୍ତି ଥିବା ପଞ୍ଜାବ ସରକାରଙ୍କ ଓକିଲ ଗତକାଲି ସୁପ୍ରିମ କୋର୍ଟରେ ସତ୍ୟପାଠ କରିଥିଲେ ।

୧୯୮୮ରେ ପାତିଆଲାରେ ଗୁରୁନାମ ସିଂ ନାମକ ବ୍ୟକ୍ତିଙ୍କ ସହିତ ବଚସା ହେବା ପରେ ସିଦ୍ଧୁ ରାଗିଯାଇ ତାଙ୍କୁ ଗାଡ଼ି ଚଢାଇ ଦେଇଥିଲେ । ଗୁରୁନାମଙ୍କ ମୁଣ୍ଡ ମାଡ ହେବାରୁ ସେ ମୃତ୍ୟୁବରଣ କରିଥିଲେ । ଏହି ମାମଲାରେ ବିଚାର କରି ପଂଜାବ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷ ଜେଲଦଣ୍ଡ ଦେଇଥିଲେ । କିନ୍ତୁ ଏହା ବିରୋଧରେ ସିଦ୍ଧୁ ସୁପ୍ରିମକୋର୍ଟ ଯାଇ ସେଠାରୁ ଜାମିନ ପାଇଥିଲେ । ଗୁରୁନାମଙ୍କ ମୃତ୍ୟୁ ମୁଣ୍ଡ ମାଡ଼ ହେବା ଯୋଗୁଁ ନୁହେଁ ବରଂ ହୃଦଘାତରେ ହୋଇଥିବା ଦର୍ଶାଇ ତଳ କୋର୍ଟରେ ସେ ଛାଡ ପାଇଥିଲେ । କିନ୍ତୁ ପଂଜାବ ହରିୟାଣା ହାଇକୋର୍ଟ ମାମଲାରେ ବିଚାର କରି ତାଙ୍କୁ ୩ ବର୍ଷ ଦଣ୍ଡ ଶୁଣାଇଥିଲେ ।

ଗତକାଲି ସୁପ୍ରିମକୋର୍ଟରେ ପଂଜାବ ସରକାରଙ୍କ ଓକିଲ କହିଥିଲେ ଯେ ଗୁରୁନାମଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା କୌଣସି ପ୍ରମାଣ ନାହିଁ । ମୁଣ୍ଡ ମାଡ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଏଣୁ ସିଦ୍ଧୁ ଏ ମାମଲାରେ ଦୋଷୀ, ସେ ଦଣ୍ଡ ପାଇବା ଦରକାର । ଏହା ଫଳରେ ସିଦ୍ଧୁ ଜେଲ ଯିବା ନିଶ୍ଚିତ ହୋଇଯାଇଛି ।

ସିଦ୍ଧୁ କହିଛନ୍ତି ଯେ ସେ ଗାଡି ଚଢାଇଦେଇଥିବା କଥା ସତ, କିନ୍ତୁ ଏହି କାରଣରୁ ସଂପୃକ୍ତ ବ୍ୟକ୍ତିର ମୃତ୍ୟୁ ହୋଇନାହିଁ । ସେ ହୃଦଘାତ ଯୋଗୁଁ ମରିଛି । ଏହା ମେଡିକାଲ ରିପୋର୍ଟରେ ମଧ୍ୟ ପ୍ରମାଣିତ ହୋଇଯଇଛି ।

ସମ୍ବନ୍ଧିତ ଖବର