‘ରେଡିଓ ଶ୍ରୀକ୍ଷେତ୍ର’ର ଶୁଭାରମ୍ଭ

ନୂଆଦିଲ୍ଲୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନବଯୈାବନ ଦର୍ଶନ ଉପଲକ୍ଷେ ନୂଆଦିଲ୍ଲୀର ହଜଖାସସ୍ଥିତ ଜଗନ୍ନାଥ ମନ୍ଦିରରେ ପ୍ରଥମ ୱେବ ରେଡିଓ ‘ରେଡିଓ ଶ୍ରୀକ୍ଷେତ୍ର’ର ଶୁଭାରମ୍ଭ ହୋଇଛି। ପ୍ରତୀକାତ୍ମକ ଭାବେ ମହାପ୍ରଭୁ ଏହାର ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ବିଦେଶ ସଚିବ ତଥା କବି ଅମରେନ୍ଦ୍ର ଖଟୁଆ, ଆକାଶବାଣୀ ବିଦେଶ ସେବାର ପୂର୍ବତନ ନିର୍ଦ୍ଦେଶକ ଅମ୍ଳାନଜ୍ୟୋତି ମଜୁମଦାର, ନୀଳାଚଳ ସେବାସଂଘର ସଂପାଦକ ରବୀନ୍ଦ୍ର ପ୍ରଧାନ, ପୂର୍ବତନ ପ୍ରଶାସକ କୁଳମଣି ବିଶ୍ବାଳ, ‘ପଲ୍ଲିବାଣୀ ପତ୍ରିକା’ର ସହସଂପାଦକ ନବଜ୍ୟୋତି ଦାସ, କଳିଙ୍ଗ ସାହିତ୍ୟ ଫେଷ୍ଟିଭାଲ୍‌ର ନିର୍ଦ୍ଦେଶକ ରଶ୍ମିରଂଜନ ପରିଡ଼ା, ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ ଓ ଦିଲ୍ଲୀ ସାରସ୍ବତ ସଂଘର ସଂପାଦକ ସଂଗ୍ରାମ ଧର ପ୍ରମୁଖ ଉପସ୍ଥିତ ଥିଲୋ। ଏହି ରେଡିଓ ଚ୍ୟାନେଲ୍‌ରେ ଜଗନ୍ନାଥଙ୍କ କଥା, ଗାଥା, ରୀତିନୀତି, ଅନୁଭୂତି ଓ ଭଜନ ଜଣାଣ ସମେତ ଦେଶବିଦେଶରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରମାନଙ୍କରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଖବର ପ୍ରଚାର କରାଯିବ ବୋଲି ଏହାର ସଂଚାଳକ ରାମଚନ୍ଦ୍ର ନାଥ ଏହି ଉପଲକ୍ଷେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର