ପାଟନା: ବିହାରର ଅରରିୟା ପୋକ୍ସୋ କୋର୍ଟ ଏକ ଶିଶୁ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି କରି ସାକ୍ଷୀମାନଙ୍କ ବୟାନ ଯାଞ୍ଚ କରିବା, ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ଏବଂ ଅପରାଧୀ ପ୍ରତି ଦଣ୍ଡ ଘୋଷଣା କରିବା - ଏ ସବୁ ଗୋଟିଏ ଦିନରେ କରି ତ୍ବରିତ ନ୍ୟାୟ ପ୍ରଦାନ କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି। ଏକ ଆଠବର୍ଷୀୟା ବାଳିକାକୁ ବଳାତ୍କାର କରିବା ଅପରାଧରେ ଦୋଷୀକୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଅକ୍ଟୋବର ୪ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇ ମାମଲାକୁ ବନ୍ଦ କରିଦେଇଥିଲେ ମଧ୍ୟ ଗତ ଶୁକ୍ରବାର ହିଁ ଏହାର ରାୟ ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଶଶିକାନ୍ତ ରାୟ ସୁପ୍ରିମ୍କୋର୍ଟଙ୍କ ୨୦୧୯ର ଏକ ରାୟର ଦୃଷ୍ଟାନ୍ତ ଦେଇଥିଲେ, ଯେଉଁଥିରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯଦି ବାଦୀ, ପ୍ରତିବାଦୀ ତାଙ୍କ ଯୁକ୍ତି ଉପସ୍ଥାପନ ସାରି ଦିଅନ୍ତି, ତେବେ ଗୋଟିଏ ଦିନରେ ଶୁଣାଣି ଶେଷ କରି ରାୟ ପ୍ରକାଶ କରିବାରେ କୌଣସି ବାଧା ନାହିଁ। ଶୁଣାଣି ସମୟରେ ଅଭିଯୁକ୍ତ ଦିଲୀପ କୁମାର ଯାଦବ ଆଇପିସିର ଧାରା ୩୭୬ (ଏବି) ଓ ପୋକ୍ସୋ ଆଇନର ଧାରା ୬ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ତାଙ୍କ ବିରୋଧରେ ମେଡିକାଲ ଓ ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ରହିଥିଲା। ତେଣୁ ତାକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରାଗଲା ବୋଲି ଜଷ୍ଟିସ୍ ରାୟ କହିଥିଲେ।
ଉଦାହରଣ ସୃଷ୍ଟି କଲେ ବିହାର ପୋକ୍ସୋ କୋର୍ଟ: ଦିନକରେ ଶିଶୁ ବଳାତ୍କାରୀକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଲେ
/sambad/media/post_attachments/wp-content/uploads/2020/05/judgement.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)