ସୁକେଶଙ୍କ ଅଭିଯୋଗର ତଦନ୍ତ ଦାବି କଲା ବିଜେପି

ଏଲ୍‌ଜିଙ୍କୁ ସୁକେଶଙ୍କ ତୃତୀୟ ଚିଠି

ନୂଆଦିଲ୍ଲୀ : ଆପ୍‌କୁ ଲାଞ୍ଚ ଦେବା ସଂକ୍ରାନ୍ତରେ ଠକ ସୁକେଶ ଚନ୍ଦ୍ରଶେଖର ଯେଉଁ ଦାବି କରିଛି ସେନେଇ ସିବିଆଇ ତଦନ୍ତ ହେଉ ବୋଲି ଦିଲ୍ଲୀ ବିଜେପି ଦାବି କରିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ଜେଲ୍‌ରେ ଥିବା ଆପ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀରୁ ଉତ୍ତରପ୍ରଦେଶ କିମ୍ବା ହରିୟାଣା ପଠାଇବାପାଇଁ ଦାବି କରିଛନ୍ତି। ଜୈନ ଇଡି ଦ୍ବାରା ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଜେଲ୍‌ରେ ଅଛନ୍ତି। ତେବେ ସୁକେଶ ଚନ୍ଦ୍ରଶେଖର ଦାବି କରିଛନ୍ତି ଯେ ସେ ଜେଲ୍‌ରେ ତାଙ୍କ ସୁରକ୍ଷା ପାଇଁ କେଜ୍ରିୱାଲ ସରକାରରେ ଜେଲ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଲାଞ୍ଚ ଦେଇଛନ୍ତି। ସୁକେଶ ମଧ୍ୟ କହିଛନ୍ତି ଯେ ସେ ରାଜ୍ୟସଭା ଆ‌ସନ ପାଇଁ ବି ୫୦ କୋଟି ଦେଇଛନ୍ତି। ଆଦେଶ ଗୁପ୍ତା କହିଛନ୍ତି,ସୁକେଶଙ୍କ ଦାବିର ସିବିଆଇ ତଦନ୍ତ ଦାବି କରି ବିଜେପିର ଏକ ପ୍ରତିନିଧି ଦଳ ଖୁବ୍‌ଶୀଘ୍ର ଉପରାଜ୍ୟପାଳ ଭିକେ ସା‌କ୍ସେନାଙ୍କୁ ଭେଟିବେ। ସୁକେଶ ଚନ୍ଦ୍ରଶେଖର ମଧ୍ୟ ଦାବି କରିଛନ୍ତି ଯେ ଦକ୍ଷିଣ ଭାରତରେ ଆପ୍‌କୁ ସମ୍ପ୍ରସାରଣ କରିବାପାଇଁ ଦିଲ୍ଲୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ୫୦୦ କୋଟି ଟଙ୍କା ଯୋଗାଡ଼ କରିବାକୁ କହିଥିଲେ।

ଇତି ମଧ୍ୟରେ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ପାଖକୁ ଅନ୍ୟ ଏକ ଚିଠି ଲେଖିଛନ୍ତି। ଆପ୍‌ ମନ୍ତ୍ରୀ ଏବଂ ଅନ୍ୟମାନଙ୍କ ବିରୋଧରେ ସେ ଆଣିଥିବା ଦାଦାବାଟି ଆଦାୟ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ସୁକେଶ ତାଙ୍କ ଚିଠିରେ ପୁଣିଥରେ କହିଛନ୍ତି ଯେ ସତ୍ୟେନ୍ଦ୍ର ଜୈନ ଏବଂ ତିହାର ଜେଲ୍‌ ପୂର୍ବତନ ଡିଜି ସନ୍ଦୀପ ଗୋୟଲ ତାଙ୍କୁ ବାରମ୍ବାର ଧମକ ଦେଇଛନ୍ତି। ସୁକେଶ କହିଛନ୍ତି, ମତେ ଆପ୍‌ କର୍ମୀମାନେ ଅତି ସାଂଘାତିକ ଶିକ୍ଷା ଦେଇପାରନ୍ତି।

ସମ୍ବନ୍ଧିତ ଖବର