ନୂଆଦିଲ୍ଲୀ: ‘ମୁସଲମାନ ଦାସତ୍ୱର ପ୍ରତୀକ’ ବୋଲି କହି ଭାରତୀୟ ଜନତା ପାର୍ଟିର ଦିଲ୍ଲୀ ୟୁନିଟ୍ ୫ଟି ରାସ୍ତାର ନାମ ପରିବର୍ତ୍ତନ କରିବାକୁ ଦାବି କରିଛି। ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ତୁଗଲକ୍ ରୋଡ୍, ଆକବର ରୋଡ୍, ଔରଙ୍ଗଜେବ ଲେନ୍, ହୁମାୟୁନ୍ ରୋଡ୍ ଏବଂ ଶାହାଜାହାନ୍ ରୋଡର ନାଁ ପରିବର୍ତ୍ତନ କରିବାକୁ ଦାବି କରି ସ୍ଥାନୀୟ ସଂସ୍ଥା ନୂଆଦିଲ୍ଲୀ ନଗର ପାଳିକା ପରିଷଦ (ଏନଡିଏମସି)କୁ ଏକ ଚିଠି ଲେଖିଛନ୍ତି।
ତୁଗଲକ ରୋଡକୁ ଗୁରୁ ଗୋବିନ୍ଦ ସିଂ ମାର୍ଗ, ଆକବର ରୋଡକୁ ମହାରାଣା ପ୍ରତାପ ରୋଡ, ଔରଙ୍ଗଜେବ ଲେନକୁ ଅବଦୁଲ କଲାମ ଲେନ, ହୁମାୟୁନ୍ ରୋଡକୁ ମହର୍ଷି ବାଲ୍ମିକୀ ରୋଡ ଏବଂ ଶାହାଜାହାନ ରୋଡକୁ ଜେନେରାଲ ବିପିନ ସିଂ ରାୱତ ରୋଡ୍ ଭାବେ ନାମିତ କରିବାକୁ ଆଦେଶ ଗୁପ୍ତା ପରାମର୍ଶ ଦେଇଛନ୍ତି। ବାବର ଲେନର ନାଁ ପରିବର୍ତ୍ତନ କରାଯାଇ ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କ ନାଁରେ ଲେନର ନାମକରଣ ହେବା ଉଚିତ ବୋଲି ଦିଲ୍ଲୀ ବିଜେପି ମୁଖ୍ୟ ପରାମର୍ଶ ଦେଇଛନ୍ତି।
आज @tweetndmc के चेयरमैन को पत्र लिखकर मुगल काल से गुलामी के प्रतीक मार्गों के नाम बदलने की मांग की।
तुग़लक रोड – गुरु गोविन्द सिंह मार्ग
अकबर रोड – महाराणा प्रताप रोड
औरंगजेब – अब्दुल कलाम लेन
हुमायूँ रोड – महर्षि वाल्मीकि रोड
शाहजहाँ रोड – जनरल बिपिन सिंह रावत रोड pic.twitter.com/O7cZwKUgD8— Adesh Gupta (@adeshguptabjp) May 10, 2022
ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରଠାରୁ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ଭଳି ବିଜେପି ଶାସିତ ରାଜ୍ୟରେ ଅନେକ ରୋଡ ଏବଂ ରେଳ ଷ୍ଟେସନର ନାଁ ପରିବର୍ତ୍ତନ କରାଯାଇଛି। ୨୦୧୫ ମସିହାରେ, ଔରଙ୍ଗଜେବ ରୋଡର ନାଁ ପରିବର୍ତ୍ତନ କରି ପୂର୍ବତନ ଦିବଂଗତ ରାଷ୍ଟ୍ରପତି ଡ. ଏ.ପି ଜେ ଅବଦୁଲ କଲାମଙ୍କ ନାଁରେ ନାମକରଣ କରାଯାଇଥିଲା। ଏଭଳି ନାଁ ପରିବର୍ତ୍ତନ ଉପରେ ଐତିହାସିକମାନେ ଆପତ୍ତି କରୁଥିଲେ ବି ବିଜେପି ଏହାକୁ ଦେଶର ସମ୍ମାନର ସହ ଯୋଡ଼ିଛି।