ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ବିଜେପି ବିରୋଧରେ ପ୍ରବଳ ବର୍ଷିଛନ୍ତି। କରୋନା ମହାମାାରୀ ଭଳି ସଙ୍କଟ ସମୟରେ ବିଜେପି ସାମ୍ପ୍ରଦାୟିକ ଘୃଣା ଏବଂ ପକ୍ଷପାତ ନୀତିର ପ୍ରସାର କରୁଛି ବୋଲି ସୋନିଆ ଅଭିଯୋଗ କରିଛନ୍ତି। ମହାମାରୀ ସମୟରେ ବିଜେପି ସାମ୍ପ୍ରଦାୟିକ ଘୃଣା ବଢ଼ାଉଛି ଏବଂ ସାମାଜିକ ଏକତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଆଜି ସିଡବ୍ଲ୍ୟୁସି ବୈଠକରେ ସୋନିଆ କହିଛନ୍ତି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଚିନ୍ତାର ବିଷୟ। ଯେଉଁ ସମୟରେ ସମସ୍ତେ ଏକାଠି କରୋନାକୁ ମୁକାବିଲା କରିବା ଉଚିତ୍ ସେହି ସମୟରେ ବିଜେପି ପକ୍ଷପାତ କରୁଛି। କଂଗ୍ରେସକୁ ଏହାର ମୁକାବିଲା କରିବା ପାଇଁ କଠୋର ପରିଶ୍ରମ କରିବାକୁ ପଡ଼ିବ ବୋଲି ସୋନିଆ କହିଛନ୍ତି। ଭିଡିଓ କନଫରେନ୍ସ ଦ୍ବାରା ହୋଇଥିବା ଆଜିର ସିଡବ୍ଲ୍ୟୁସି ବୈଠକରେ କଂଗ୍ରେସ ନେତା ନେତା ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଅଂଶଗ୍ରହଣ କରିଥିଲେ। ଅନ୍ୟପକ୍ଷେ ସୋନିଆଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର କରୋନା ମାମଲା ଚିହ୍ନଟ କରିବାପାଇଁ ଯଥେଷ୍ଟ ଟେଷ୍ଟିଂ କରୁନାହାନ୍ତି। ନିମ୍ନ ମାନର ପିପିଇ କିଟ୍ ଏବଂ ଏହାର ଅଭାବ ପ୍ରସଙ୍ଗରେ ମଧ୍ୟ ସୋନିଆ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେହିପରି କରୋନା ମୁକାବିଲା ପାଇଁ ସୋନିଆ ସରକାରଙ୍କୁ ଯେଉଁ ପରାମର୍ଶ ଦେଇଥିଲେ ତାହା ଆଂଶିକ ଭାବେ କାର୍ଯ୍ୟକାରୀ ହୋଇଛି । ସୋନିଆ କହିଛନ୍ତି ସେ ଗଠନମୂଳକ ସହଯୋଗ ଏବଂ ପରାମର୍ଶ ଦେଇଥିଲେ। ଦୁର୍ଭାଗ୍ୟବଶତଃ ସେମାନେ ଅତି ଦୟନୀୟ ଭାବେ କାର୍ଯ୍ୟ କରିଛନ୍ତି । ଏଥିରୁ କେନ୍ଦ୍ର ସରକାରଙ୍କ ଦୟା କି ଆନ୍ତରିକତା ନଥିବା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।
ମହାମାରୀ ସମୟରେ ବିଜେପି ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଛି: ସୋନିଆ
/sambad/media/post_attachments/wp-content/uploads/2019/11/Sonia-gandhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)