ମୁମ୍ବାଇ: କୃଷି ଆଇନକୁ ବିରୋଧ କରି ସମଗ୍ର ଦେଶରେ ଆନ୍ଦୋଳନ ଜୋର୍ଦାର ହେଉଥିବାରୁ ବିଜେପି ଏହା ଉପରୁ ଦୃଷ୍ଟି ହଟାଇବାକୁ ଜାଣିଶୁଣି ବିବାଦ ସୃଷ୍ଟି କରୁଛି ବୋଲି ଏନ୍ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି। ସୂଚନାଯୋଗ୍ୟ, ଉପା ସରକାର ସମୟରେ ଶରଦ ପାୱାର କେନ୍ଦ୍ର କୃଷିମନ୍ତ୍ରୀ ଥିଲାବେଳେ ଏପିଏମ୍ସି ଆଇନ (ମଣ୍ଡି ଆଇନ) ଉଚ୍ଛେଦ କରିବାକୁ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ୍ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଚିଠି ଲେଖିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିଯୋଗ ଆଣିଥିଲେ। ରବିଶଙ୍କର କହିଛନ୍ତି, ପାୱାର କୃଷି ଆଇନ ସମ୍ପର୍କରେ ଦୋମୁହାଁ ନୀତି ଆପଣାଉଛନ୍ତି। ସେ କେନ୍ଦ୍ର କୃଷି ମନ୍ତ୍ରୀ ଥିଲାବେଳେ ମଣ୍ଡି ଆଇନ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖୁଥିଲା ବେଳେ ଏବେ କେଉଁ ମୁହଁରେ କୃଷି ଆଇନକୁ ବିରୋଧ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରଶ୍ନ କରିଛନ୍ତି। ରବିଶଙ୍କରଙ୍କ ଅଭିଯୋଗକୁ ପାୱାର ଖଣ୍ଡନ କରି କହିଛନ୍ତି, ସେ ମଣ୍ଡି ଆଇନ ଉଚ୍ଛେଦ ପାଇଁ ଚିଠି ଲେଖି ନଥିଲେ। ବରଂ ଆଇନରେ କିଛି ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହି ପୁରୁଣା ଚିଠିକୁ ଉଲ୍ଲେଖ କରି ବିଜେପି କୃଷକ ଆନ୍ଦୋଳନ ଉପରୁ ନଜର ହଟାଇବାକୁ ଉଦ୍ୟମ କରୁଛି ବୋଲି ପାୱାର କହିଛନ୍ତି।
କୃଷକ ଆନ୍ଦୋଳନରୁ ନଜର ହଟାଇବାକୁ ବିଜେପି ଉଦ୍ୟମ କରୁଛି: ଶରଦ ପାୱାର
/sambad/media/post_attachments/wp-content/uploads/2020/01/sharad-pawar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)