ଦେଶର ସବୁ ମନ୍ଦିରରେ ଲାଉଡସ୍ପିକର ଲଗାଇବା ପାଇଁ ଘୋଷଣା କଲେ ବିଜେପି ନେତା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମୋହିତ କମ୍ବୋଜଙ୍କ ବଡ଼ ଘୋଷଣା। ସାରା ଦେଶରେ ଥିବା ମନ୍ଦିରରେ ମାଗଣା ଲାଉଡସ୍ପିକର ଲଗାଯିବ ବୋଲି ଘୋଷଣା କଲେ ମୋହିତ କମ୍ବୋଜ। ସେ କହିଛନ୍ତି ଯେ ମନ୍ଦିରରେ ଏହି ମାଗଣା ଲାଉଡସ୍ପିକର ଲଗାଯାଇ ପ୍ରତିଦିନ ଦେବାଦେବୀଙ୍କ ଭଜନ-କୀର୍ତ୍ତନ ବଜାଯିବ ଏବଂ ହନୁମାନ ଚାଳିସା ପାଠ କରାଯିବ।

ମୋହିତ କମ୍ବୋଜ ଏନେଇ ସମଗ୍ର ଦେଶର ମନ୍ଦିର ଟ୍ରଷ୍ଟକୁ ଏକ ଚିଠି ଲେଖିଛନ୍ତି। ତାଙ୍କ ଚିଠିରେ ସେ, ଅତୀତ ବିଷୟରେ ଆଲୋଚନା କରି ବିଦେଶୀମାନଙ୍କ ଆକ୍ରମଣ ପାଇଁ ଭବିଷ୍ୟତରେ ସତର୍କ ରହିବାକୁ କହିଛନ୍ତି। ମୋହିତ କାମ୍ବୋଜ ହିନ୍ଦୁମାନଙ୍କୁ ଜାତିଗତ ଭାବନାଠାରୁ ଉର୍ଦ୍ଧ୍ୱକୁ ଯାଇ ଏକାଠି ହେବାକୁ ଆହ୍ବାନ ଦେଇଛନ୍ତି।

मोहित कंबोज ने सभी मंदिर ट्रस्टों को लिखा पत्र
aajtak

ମୋହିତ କାମ୍ବୋଜ ତାଙ୍କ ଚିଠିରେ ସାରା ଦେଶରେ ଅବସ୍ଥିତ ମନ୍ଦିରଗୁଡ଼ିକୁ ମାଗଣା ଲାଉଡସ୍ପିକର ଯୋଗାଇବାକୁ ଘୋଷଣା କରି କହିଛନ୍ତି ଯେ ଲାଉଡସ୍ପିକରକୁ ମନ୍ଦିରରେ ସ୍ଥାପନ କରାଯିବା ଉଚିତ। ଲାଉଡସ୍ପିକରରେ ହନୁମାନ ଚାଳିସା ସହ ଦେବାଦେବୀଙ୍କ ଭଜନ ବଜାନ୍ତୁ| ଲାଉଡସ୍ପିକରରେ ଶବ୍ଦର ତୀବ୍ରତା ସୁପ୍ରିମକୋର୍ଟ, ପୁଲିସ ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ ଅନୁଯାୟୀ ହେବା ଉଚିତ ବୋଲି ସେ କହିଛନ୍ତି। ତାଙ୍କ ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ. ଲାଉଡସ୍ପିକରରେ ଭଜନ ବଜଇବା ‌ବେଳେ କୌଣସି ପ୍ରକାରର ଆଇନ ଉଲ୍ଲଂଘନ କରାଯିବା ଉଚିତ ନୁହେଁ।

ସୂଚନାଯୋଗ୍ୟ ଯେ, ନିକଟରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ମସଜିଦରୁ ଲାଉଡସ୍ପିକର ହଟାଇବା ପାଇଁ ସରକାରଙ୍କୁ ଏକ ଅଲ୍ଟିମାଟମ୍ ଦେଇଥିଲେ। ଏହା ପରେ, ଧାର୍ମିକ ସ୍ଥାନରେ ଲାଉଡସ୍ପିକରକୁ ନେଇ ବିଭିନ୍ନ ନେତାଙ୍କ ଭିନ୍ନ ଭିନ୍ନ ବୟାନ ଆସିବା ଆରମ୍ଭ ହୋଇଛି। ବର୍ତ୍ତମାନ ମୋହିତ କାମ୍ବୋଜ ମନ୍ଦିରରେ ଲାଉଡସ୍ପିକର ସ୍ଥାପନ କରିବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର