ନିର୍ବାଚନୀ ସଭାରେ କାନ ଧରି ବସାଉଠା ହେଲେ ବିଜେପି ବିଧାୟକ

ସୋନଭଦ୍ର(ୟୁପି): ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକ ଆଜି ଏକ ନିର୍ବାଚନୀ ସଭାରେ କାନ ଧରି ବସାଉଠା ହେବା ଚର୍ଚ୍ଚାର ବିଷୟ ହୋଇଛି। ସଭା ଚାଲିଥିବା ବେଳେ ରୋବୋର୍ଟସଗଂଜ ବିଧାୟକ ବିକାଶ ଚୌବେ ଏକ ଚେୟାର ଉପରେ କାନଧରି ଠିଆ ହୋଇ ବିଜେପି ଶାସନର ବିଗତ ପାଞ୍ଚ ବର୍ଷ ମଧ୍ୟରେ କୌଣସି ତ୍ରୁଟି ହୋଇଥିଲେ କ୍ଷମା କରିବା ପାଇଁ ସେ ତାଙ୍କ ନିର୍ବାଚନମଣ୍ଡଳୀର ଭୋଟରମାନଙ୍କୁ ନିବେଦନ କରିଥିଲେ। ଏହା ସହିତ ସେ ଅନେକ ବାର ବସ୍‌ଉଠ ହୋଇଥିଲେ। ଲୋକଙ୍କୁ ଉଦ୍‌ବୋଧନ ଦେଉଥିବାବେଳେ ବିଧାୟକ ଜଳକ ତାଙ୍କର ପୂର୍ବ ଅବହେଳା ପାଇଁ ଅନୁତାପ କରିଥିଲେ। ତେବେ ଲୋକଙ୍କ ଶ୍ରଦ୍ଧା ଓ ଭଲପାଇବା ପାଇଁ ହିଁ ସେ ପୁଣିଥରେ ପ୍ରାର୍ଥୀ ହୋଇପାରିଛନ୍ତି ବୋଲି କହିଥିଲେ। ସମ୍ମିଳନୀରେ ସେ ସ୍ଥାନୀୟ ଲୋକଙ୍କୁ ପ୍ରଶଂସା କରିବା ସହ ୨୦୧୭ ନିର୍ବାଚନ ଭଳି ପୁନର୍ବାର ଆଶୀର୍ବାଦ ଦେବାକୁ କହିଥିଲେ। ତେବେ ବିଧାୟକ ନିଜ ଅଂଚଳ ପ୍ରତି ପୂର୍ବରୁ ଅବହେଳା ପ୍ରଦର୍ଶନ କରିଥିବାରୁ ଲୋକଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ କାନଧରି ବସ୍‌ଉଠ ହେବାର ନାଟକ କରିଛନ୍ତି ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର