୬୭% ଷ୍ଟ୍ରାଇକ୍ ରେଟ୍‌ ସହ ବିଜେପି ଶୀର୍ଷରେ

ପାଟନ‌ା, ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍‌ଡିଏ ବିହାରରେ ଚମତ୍କାର ବିଜୟ ହାସଲ କରିଛି।  ତେଜସ୍ବୀ ଯାଦବଙ୍କୁ ଚ୍ୟାଲେଂଜରେ ହରାଇ ଏନ୍‌ଡିଏ ପୁଣିଥରେ କ୍ଷମତାକୁ ଫେରିଛି।  କିନ୍ତୁ ବିଜେପି ଏଥର ବିହାରରେ ରେକର୍ଡ ସଂଖ୍ୟକ ବିଜୟ ହାସଲ କରିଛି। ବିଜେପି କେବଳ ଏନ୍‌ଡିଏରେ ସବୁଠୁ ବଡ଼ ଅଂଶୀଦାର ହୋଇନାହିଁ ଏହାମଧ୍ୟ ୬୭ ପ୍ରତିଶତ ଷ୍ଟ୍ରାଇକ୍‌ ରେଟ୍‌ (ସଫଳତା ହାର) ସହ ସବୁଠୁ ଶୀର୍ଷରେ ରହିଛି।  ବିହାର ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ହାର ୬୭.୨୭ ପ୍ରତିଶତ ଥିବାବେଳେ ସିପିଆଇଏମ୍‌ଏଲ୍‌ର  ୬୩.୧୬, ହାମ୍‌ସ ଦଳର  ୫୭.୧୪, ଆର୍‌ଜେଡିର ୫୨.୦୮, ସିପିଆଇଏମ୍‌ର ୫୦, ଜେଡିୟୁ ୩୫.୫୪ , ସିପିଆଇ ୩୩.୩୩ . ଭିଆ‌ଇପି ୩୦.୭୭, କଂଗ୍ରେସ ୩୬.୦୩, ଏଆଇଏମ୍‌ଆଇଏମ୍‌ ୧୨.୨. ବିଏସ୍‌ପିର ୦.୯୩  ଏବଂ ‌ଏଲ୍‌‌ଜେପିର ଷ୍ଟ୍ରାଇକ୍‌ ରେଟ୍‌ ୦.୭୪ ପ୍ରତିଶତ ରହିଛି। ଆର୍‌ଜେଡି ୧୪୪ ଆସନରେ ଲଢ଼ିଥିବା ବେଳେ ୭୫ ଆସନରେ ଜିତିଛି। ଏଲ୍‌ଜେପି ୧୩୫ ଆସନରୁ ୧, ଜେଡିୟୁ ୧୨୧ ଆସନରୁ ୪୩, ବିଜେପି ୧୧୦ ଆସନରୁ ୭୪, ବିଏସ୍‌ପି ୧୦୮ ଆସନରୁ ୧, କଂଗ୍ରେସ ୭୩ ଆସନରୁ ୧୯, ଏଆଇଏମ୍‌ଆଇଏମ୍‌ ୪୧ ଆସନରୁ ୫, ସିପିଆଇଏମ୍‌ଏଲ୍‌ ୧୯ ଆସନରୁ ୧୨, ଭିଆଇପି ୧୩ ଆସନରୁ ୪,  ହାମ୍‌ସ ଦଳ ୭ ଆସନରୁ ୪, ସିପିଆ‌ଇ ୬ ଆସନରୁ ୨ ଏବଂ ସିପିଆଇଏମ୍‌ ୪ ଆସନରୁ ୨ଟିରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର