ବିଜେପିର ଟ୍ରେନିଂ କ୍ୟାମ୍ପ୍‌ରେ ଥିବା ଭଳି ଲାଗିଲା: ଗୌରବ ଗୋଗଇ

ବିଜେପି ହିଁ ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ୍‌ର ନେତୃତ୍ବ ନେଉଛି: ଥରୁର

ନୂଆଦିଲ୍ଲୀ: ସୋମବାର ଲୋକସଭା ଏବଂ ମଙ୍ଗଳବାର ରାଜ୍ୟସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ତୀବ୍ର କଟାକ୍ଷ କରିଥିବା ବେଳେ ଉଭୟ ଗୃହରେ କଂଗ୍ରେସ ସାଂସଦ ଘୋର ଅଡ଼ୁଆର ସମ୍ମୁଖୀନ ହୋଇଥିଲେ। ସଂସଦ ବାହାରେ ଗଣମାଧ୍ୟମକୁ ବୟାନ ଦେଇ ସେମାନେ ପ୍ରଧାନମନ୍ତ୍ରୀଙ୍କ ବୟାନକୁ ବିରୋଧ କରିଛନ୍ତି। କଂଗ୍ରେସ ସାଂସଦ ଗୌରବ ଗୋଗଇ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ଅତିମାତ୍ରାରେ କ୍ଷୁବ୍ଧ ହୋଇ ଏଭଳି ଭାଷଣ ରଖିଛନ୍ତି। ଗୋଗଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣି ଲାଗିଲା ଆମେ ଯେମିତି ବିଜେପିର ଟ୍ରେନିଂ କ୍ୟାମ୍ପ୍‌ରେ ଅଛୁ। କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ପ୍ରଧାନମନ୍ତ୍ରୀ ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ ଏଡ଼ାଇବା ପାଇଁ ଏଭଳି ଭାଷଣ ରଖିଛନ୍ତି। ବିଜେପି ହିଁ ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ୍‌ର ନେତୃତ୍ବ ନେଉଛି‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର