ନୂଆଦିଲ୍ଲୀ: ଜର୍ଜିଆର ଗୁଡାଉରିରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରୁ ୧୧ ଜଣ ଭାରତୀୟ ନାଗରିକଙ୍କ ମୃତଦେହ ମିଳିବା ପରେ ସମଗ୍ର ଭାରତୀୟ ସମୁଦାୟରେ ଶୋକର ଛାୟା ଖେଳିଯାଇଛି । ଭାରତୀୟ ହାଇ କମିଶନ କହିଛନ୍ତି ଯେ କାର୍ବନ ମୋନୋକ୍ସାଇଡ୍ ବ୍ୟାପିବା କାରଣରୁ ଏହି ଘଟଣା ଘଟିଛି। ପ୍ରାଥମିକ ତଦନ୍ତ ପରେ ଜର୍ଜିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ କୌଣସି ଆଘାତ କିମ୍ବା ହିଂସାର ଚିହ୍ନ ନାହିଁ।
ଗଣମାଧ୍ୟମ ରିପୋର୍ଟ ଓ ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, କାର୍ବନ ମନୋକ୍ସାଇଡ୍ ଲିକ୍ ଯୋଗୁଁ ସମସ୍ତଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ରେଷ୍ଟୁରାଣ୍ଟର ଦ୍ୱିତୀୟ ମହଲାରେ ଥିବା ଶୋଇବା ଘର ନିକଟରେ ଏକ ପାୱାର ଜେନେରେଟର ରଖାଯାଇଥିଲା, ଯାହା ବିଦ୍ୟୁତ୍ କାଟ ପରେ ଅନ୍ ହୋଇଯାଇଥିଲା । ଜେନେରେଟର ଦ୍ୱାରା ଉତ୍ପାଦିତ କାର୍ବନ ମୋନୋକ୍ସାଇଡ୍ ବନ୍ଦ କୋଠରୀରେ ଜମା ହୋଇଥିବାରୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ।
ଜର୍ଜିଆର ତିବିଲିସିସ୍ଥିତ ଭାରତୀୟ ଦୂତାବାସ ୧୧ ଜଣ ଭାରତୀୟ ନାଗରିକଙ୍କ ଅକାଳ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛି। ଦୂତାବାସ ମୃତକଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛି। ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ମିଶି କାର୍ଯ୍ୟ କରୁଛି, ଯାହାଦ୍ୱାରା ମୃତଦେହଗୁଡ଼ିକୁ ଯଥାଶୀଘ୍ର ଭାରତ ଫେରାଇ ଅଣାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/16/2lY1oabfbqDPYljJZTBe.png)