କୋଲକାତା: ବିଜେପି ବିଧାୟକଙ୍କ ପରେ ଏବେ ବୁଥ୍ ଅଧ୍ୟକ୍ଷଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୂର୍ବ ମେଦିନୀପୁର ଜିଲ୍ଲାରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ ଦେହ ତାଙ୍କ ଘରଠାରୁ କିଛି ଦୂରରେ ଥିବା ଏକ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଛି। ମୃତକ ହେଉଛନ୍ତି ଦକ୍ଷିଣବଙ୍ଗ ରାମନଗରର ବିଜେପି ବୁଥ୍ ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ଦାସ(୪୪)। ତାଙ୍କ ପରିବାର ଲୋକ କହିଛନ୍ତି ଯେ ବୁଧବାର ରାତିରେ ତାଙ୍କୁ ଘରୁ ଡାକି ନେଇ ତୃଣମୂଳ ସମର୍ଥକମାନେ ହତ୍ୟା କରି ମୃତଦେହକୁ ଗଛରେ ଝୁଲାଇ ଦେଇଛନ୍ତି। ପରିବାର ପକ୍ଷରୁ କୁହାଯାଇଛି, ଗତ କିଛିଦିନ ହେଲା ସ୍ଥାନୀୟ ତୃଣମୂଳ ନେତା ପୂର୍ଣ୍ଣଚନ୍ଦ୍ରଙ୍କୁ ବିଜେପି ଛାଡ଼ି ତୃଣମୂଳରେ ସାମିଲ ହେବା ପାଇଁ ବାଧ୍ୟ କରି ଆସୁଥିଲେ। ହେଲେ ସେ କଦାପି ଦଳ ପରିବର୍ତ୍ତନ କରିବେ ନାହିଁ ବୋଲି କହୁଥିଲେ। ଆଜି ସ୍ଥାନୀୟ ତୃଣମୂଳ ନେତାଙ୍କ ସହ ତାଙ୍କର ବୈଠକ ଥିଲା। ହେଲେ ବୁଧବାର ରାତିରେ ତାଙ୍କ ମୃତଦେହ ନିକଟସ୍ଥ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଦଳ ପକ୍ଷରୁ ନିରପେକ୍ଷ ତଦନ୍ତ ଦାବି କରାଯାଇଛି।
ବିଜେପି ବୁଥ୍ ସଭାପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2020/06/suicide-Hanging.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)