ନୂଆଦିଲ୍ଲୀ: କରୋନା ବୁଷ୍ଟର ଡୋଜ୍ ମୁଖ୍ୟତଃ ସଂକ୍ରମଣର ଭୟାବହତାକୁ ଦୁର୍ବଳ କରିଦେବ। ଏହାଦ୍ବାରା ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବେନାହିଁ ଏବଂ ମୃତ୍ୟୁ ମଧ୍ୟ କମିଯିବ ବୋଲି କେନ୍ଦ୍ର ସରକାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ଆଇସିଏମ୍ଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି, , ଟିକାକରଣ ପରବର୍ତ୍ତୀ ରୋଗ ପ୍ରତିରୋଧକ ଶକ୍ତି ପ୍ରାୟ ୯ ମାସ ପର୍ଯ୍ୟନ୍ତ ରହୁଛି। ସଂକ୍ରମଣ ବୃଦ୍ଧିକୁ ନେଇ ଭୟ କରିବାର କିଛି ଆବଶ୍ୟକତା ନାହିଁ। କାରଣ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛେ। ସବୁ କୋଭିଡ ଟିକା ତଥା ଭାରତ, ଇସ୍ରାଏଲ, ଆମେରିକା, ୟୁରୋପ, ବ୍ରିଟେନ ଏବଂ ଚୀନ୍ର କରୋନା ଟିକା ମୁଖ୍ୟତଃ ରୋଗର ଭୟାବହତାକୁ କମାଉଛି। ଏହା ସଂକ୍ରମଣରୁ ସୁରକ୍ଷା ଦେଉନି। ବୁଷ୍ଟର ଡୋଜ୍ ନେବାଦ୍ବାରା ସଂକ୍ରମଣ ଅଧିକ ଭୟଙ୍କର ହେବନାହିଁ। ସେହିପରି ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା କମିବ ଏବଂ ମୃତ୍ୟୁ ମଧ୍ୟ କମିବ ବୋଲି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି।
ବୁଷ୍ଟର ଡୋଜ୍ ସଂକ୍ରମଣକୁ ବେଶି ଭୟାବହ କରିବନି: ମୃତ୍ୟୁ କମିବ, ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ବଢ଼ିବନି
/sambad/media/post_attachments/wp-content/uploads/2021/12/ccccc.jpg)