ଲକ୍ଷ୍ନୌ : ଉତ୍ତରପ୍ରଦେଶ ବଦାୟୁନ ଜିଲ୍ଲାର ଏକ ଗ୍ରାମରେ ସ୍ୱାଧୀନତା ଦିବସ ପାଳନ ପାଇଁ ଗତକାଲି ସହିଦ ଭଗତ୍ ସିଂଙ୍କ ଫାଶୀ ଦୃଶ୍ୟର ରିହର୍ସାଲ କରୁଥିବା ବେଳେ ଜଣେ ୧୦ ବର୍ଷୀୟ ବାଳକର ମୃତ୍ୟୁ ହୋଇଯାଇଛି। ପୁଲିସର ଏକ ଟିମ୍ ଶୁକ୍ରବାର ଗାଁକୁ ଯାଇ ବାଳକର ମୃତ୍ୟୁ ନେଇ ଖୋଳତାଡ଼ କରିଥିଲା। କିଛି ଗ୍ରାମବାସୀ ପୁଲିସକୁ କହିଥିଲେ ଯେ ଭଗତ ସିଂହ ଫାଶୀ ନାଟକର ରିହର୍ସାଲ କରୁଥିବା ବେଳେ ପିଲାଟି ଷ୍ଟୁଲରୁ ଖସିପଡିଥିଲା ଏବଂ ବେକରେ ଲାଗିଥିବା ରଶି ଭିଡ଼ିହୋଇଯିବାରୁ ତା’ର ମୃତ୍ୟୁ ଘଟିଥିଲା। ଏହି ଘଟଣା ଶୋକର ଛାୟା ଖେଳାଇଦେଇଛି।
ଭଗତ୍ ସିଂହଙ୍କ ଫାଶୀ ଦୃଶ୍ୟର ରିହର୍ସାଲ ବେଳେ ବାଳକର ମୃତ୍ୟୁ
/sambad/media/post_attachments/wp-content/uploads/2021/08/1627721975_pic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)