ଖେଳନା ବନ୍ଧୁକର ଫଟୋ ପଠାଇ ବିମାନଯାତ୍ରୀଙ୍କୁ ଭୟଭୀତ କରିଦେଲା ବାଳକ

ସାନ୍‌ଫ୍ରାନ୍ସିସ୍କୋ: ବିମାନ ଭିତରେ ହଠାତ୍‌ ବନ୍ଧୁକର ଫଟୋ ଏୟାରଡ୍ରପ ହେବା ଘଟଣା କିଭଳି ଆତଙ୍କର କାରଣ ସାଜିପାରେ ତାହା ସାନ୍‌ଫ୍ରାନ୍ସିସ୍କୋରେ ଦେଖିବାକୁ ମିଳିଛି। ଆଇଫୋନ୍ ବ୍ୟବହାରକାରୀମାନେ ସାଙ୍ଗମାନଙ୍କ ପାଖକୁ ମଜାରେ ବିଭିନ୍ନ ଫଟୋ ପଠାନ୍ତି। କିନ୍ତୁ ଜଣେ କିଶୋର ଯେତେବେଳେ ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନଙ୍କ ପାଖକୁ ଏକ ଏୟାର୍‌ସଫ୍ଟ ଖେଳନା ବନ୍ଧୁକର ଫଟୋ ପଠାଇଲା, ସେତେବେଳେ ଏହା ସମସ୍ତଙ୍କ ଭିତରେ ଆତଙ୍କ ଖେଳାଇଦେଲା। ଅନେକ ଯାତ୍ରୀ ଏଭଳି ଫଟୋ ପାଇବା ପରେ ସାନ୍‌ଫ୍ରାନ୍ସିସ୍କୋରୁ ଅର୍ଲାଣ୍ଡୋ ଯିବାକୁ ଥିବା ଏହି ବିମାନରୁ ଯାତ୍ରୀମାନଙ୍କୁ ତୁରନ୍ତ ଓହ୍ଲେଇଯିବାକୁ କୁହାଗଲା।

ବିଜ୍‌ନେସ୍ ଇନ୍‌ସାଇଡରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିମାନଟି ସାନ୍‌ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନ ବନ୍ଦର ଛାଡ଼ିବାକୁ ପ୍ରସ୍ତୁତ ହେଉଥିଲା। ସେତିକିବେଳେ ଆପଲ୍‌ର ଏୟାର୍‌ଡ୍ରପ୍ ଫିଚର୍‌ ମାଧ୍ୟମରେ ଯାତ୍ରୀମାନେ ଏହି ଖେଳନା ବନ୍ଧୁକର ଫଟୋ ପାଇଲେ। ଅନେକ ଯାତ୍ରୀ ଏଭଳି ଫଟୋ ପାଇଥିବାର ଅଭିଯୋଗ କରିବା ପରେ ପାଇଲଟ୍ ବିପଦ ଆଶଙ୍କା ଥିବା ଘୋଷଣା କରିଦେଲେ। ତା’ପରେ ଯାତ୍ରୀମାନଙ୍କୁ ଓହ୍ଲେଇ ଦିଆଯାଇ ବିମାନ ଭିତର ଯାଞ୍ଚ କରାଗଲା। ତେବେ କିଶୋର ଜଣକ ହାତରେ ବିମାନରେ କୌଣସି ଏୟାର୍‌ସଫ୍ଟ ଗନ୍ ନ ଥିଲା। କେବଳ ତା’ ପାଖରେ ଏହାର ଗୋଟିଏ ଫଟୋ ଥିଲା, ଯାହାକୁ ସେ ଅନେକ ଦିନ ତଳେ ଉଠାଇଥିଲା। ଏୟାର୍‌ସଫ୍ଟ ଗନ୍ ଅବିକଳ ଅସଲି ବନ୍ଧୁକର ଏକ ପ୍ରତିରୂପ।

ସମ୍ବନ୍ଧିତ ଖବର