ବିବାହ ଭୋଜି ନିମନ୍ତ୍ରଣପତ୍ରରେ ପ୍ରତ୍ୟେକ ଅତିଥିଙ୍କଠାରୁ ୭୩୦୦ ଟଙ୍କା ମାଗିଲେ ଭାବୀ ବଧୂ

ନୂଆଦିଲ୍ଲୀ: ଇଣ୍ଟରନେଟ୍ କେବେହେଲେ ଅଦ୍ଭୁତ କଥାସବୁ ପ୍ରସାରଣ କରିବାରେ ନିରାଶ କରେ ନାହିଁ। ଏପରି ଏକ ଆଶ୍ଚର୍ଯ୍ୟଜନକ କଥା ନେଟିଜେନ୍ (ନେଟ୍‌ ବ୍ୟବହାରକାରୀ)ମାନଙ୍କୁ ଚକିତ କରିଦେଇଛି। ଜଣେ ଭାବୀ ବଧୂ (ଆସନ୍ତାବର୍ଷ ତାଙ୍କର ବାହାଘର ହେବ) ନିଜ ବାହାଘରରେ ଯୋଗ ଦେବା ପାଇଁ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ମାତ୍ର ନିମନ୍ତ୍ରଣପତ୍ରରେ ସେ ଲେଖିଛନ୍ତି ଯେ ବାହାଘର ଭୋଜିରେ ଯୋଗ ଦେବାକୁ ହେଲେ ତାଙ୍କୁ (ପ୍ରତ୍ୟେକ ନିମନ୍ତ୍ରିତ ଅତିଥିଙ୍କୁ) ୯୯ ଡଲାର (୭,୩୦୦ ଟଙ୍କା) ଦେବାକୁ ହେବ। କାରଣ ସେ ଓ ତାଙ୍କ ଭାବୀ ସ୍ବାମୀ ବିବାହ ଓ ଭୋଜି ଖର୍ଚ୍ଚ ବହନ କରିବାକୁ ଅକ୍ଷମ।

ଜଣେ ରେଡ୍ଡିଟ୍ ବ୍ୟବହାରକାରୀ ଉକ୍ତ ନିମନ୍ତ୍ରଣପତ୍ରକୁ ସେୟାର କରିଦେଇଛନ୍ତି। ସେ ଲେଖିଛନ୍ତି, ଭୋଜିରେ ଯୋଗ ଦେବା ପାଇଁ ତାଙ୍କୁ ଚାରିଘଣ୍ଟାର ରାସ୍ତା କାର୍ ଡ୍ରାଇଭ୍ କରି ଯିବାକୁ ହେବ। ପିଲାଛୁଆ ନ ଥାଇ କେବଳ ସ୍ବାମୀ-ସ୍ତ୍ରୀ ଦୁଇ ପ୍ରାଣୀ ଯିବେ। ତା’ ମାନେ ଦୁଇଟା ମିଲ୍ ଖାଇବା ପାଇଁ ତାଙ୍କୁ ପେଟ୍ରୋଲ, କଲ୍ୟାଣମଣ୍ଡପ ବା ହୋଟେଲ ଭଡ଼ା, ସାଜସଜ୍ଜା ଖର୍ଚ୍ଚ, ବେବିସିଟର ଓ ନିଜ ଖାଦ୍ୟ ପାଇଁ ବି ଟଙ୍କା ଗଣିବାକୁ ହେବ। ତାଙ୍କର ଏହି ସେୟାର ଉପରେ ଅନେକ ପ୍ରତିକ୍ରିୟା ଆସିଛି। ଅଧିକାଂଶ ଏହାକୁ ବିଶ୍ବାସ କରିପାରି ନାହାନ୍ତି। ଅନ୍ୟମାନେ ଯେତେ ନିଜର ହେଲେ ବି ଏପରି ନିମନ୍ତ୍ରଣ ରକ୍ଷା କରି ଭୋଜିକୁ ଯିବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର