ସତର୍କ କରାଇଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ତାଲିବାନକୁ ବିଶ୍ବାସ କରିହେବନାହିଁ

୨୦ ହଜାର ଆଫ୍‌ଗାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବ ବ୍ରିଟେନ୍‌

ଆଜି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ତାଲିବାନକୁ ନେଇ ବିଶ୍ବ ସମୁଦାୟକୁ ସତର୍କ କରାଇ ଦେଇଛନ୍ତି। ତାଲିବାନ ଏବେ ଯେଉଁ ଶାନ୍ତିର କଥା କହୁଛି ତାହାକୁ ତିଳେମାତ୍ର ବିଶ୍ବାସ କରିହେବନାହିଁ। ଏହାକୁ କାର୍ଯ୍ୟକୁ ଭଲ ଭାବେ ନିରୀକ୍ଷଣ କରିବାକୁ ପଡ଼ିବ ଏବଂ କୌଣସି ପରିସ୍ଥିତିରେ ବି ତାଲିବାନ ସରକାରକୁ ତରବରିଆ ସ୍ବୀକୃତି ଦେବା ଉଚିତ ନୁହେଁ। ଚୀନ୍‌ ଓ ପାକିସ୍ତାନ ଭଳି ରାଷ୍ଟ୍ର ତାଲିବାନ ସପକ୍ଷରେ ଗୋଟିଏ ପରେ ଗୋଟିଏ ବୟାନ ଦେଉଥିବାରୁ ଆଜି ବୋରିସ୍‌ ଏଭଳି ମତ ରଖିଛନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନରେ ଏବେ ମାନବୀୟ ସଙ୍କଟ ବଢ଼ୁଥିବାରୁ ୨୦ ହଜାର ଆଫ୍‌ଗାନ ଶରଣାର୍ଥୀଙ୍କୁ ବ୍ରିଟେନ୍‌ ଆଶ୍ରୟ ଦେବ ବୋଲି ଆଜି ଘୋଷଣା କରାଯାଇଛି। ବ୍ରିଟେନ୍‌ ଗୃହ ସଚିବ ପ୍ରୀତି ପାଟିଲ କହିଛନ୍ତି, ଆଫଗାନିସ୍ତାନ ଛାଡ଼ିବାକୁ ଯେଉଁ ନାଗରିକମାନେ ବାଧ୍ୟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ହଜାର ପର୍ଯ୍ୟନ୍ତ ଲୋକଙ୍କୁ ଆମେ ଆଶ୍ରୟ ଦେବୁ।

ସମ୍ବନ୍ଧିତ ଖବର