କାବୁଲ: ତାଲିବାନ ବର୍ବରତାର ସବୁ ସୀମା ଟପିଯାଇଛି। ଜଣେ ଗର୍ଭବତୀ ପୁଲିସ ଅଫିସର୍ଙ୍କୁ ତାଲିବାନ ଆତଙ୍କବାଦୀ ଅତି ନିର୍ମମ ଭାବେ ତାଙ୍କ ପରିବାର ସଦସ୍ୟଙ୍କ ଆଗରେ ହତ୍ୟା କରିଛନ୍ତି। କେନ୍ଦ୍ରୀୟ ଘୋର୍ ପ୍ରଦେଶର ରାଜଧାନୀ ଫିରୋଜକୋହରେ ବାନୁ ନେଗର ନାମକ ଜଣେ ମହିଳା ପୁଲିସ ଅଫିସର୍ଙ୍କୁ ତାଲିବାନ ଆତଙ୍କବାଦୀ ହତ୍ୟା କରିଛନ୍ତି। ତେବେ କାହିଁକି ଏହି ହତ୍ୟା ହୋଇଛି ତାହା ଜଣାପଡ଼ିନି । କାରଣ ତାଲିବାନର ଭୟରେ କେହି ପାଟି ଖୋଲୁନାହାନ୍ତି। ଏହା ଏକ ପ୍ରତିଶୋଧମୂଳକ ହତ୍ୟା ହୋଇଥାଇପାରେ ବୋଲି କୁହାଯାଉଛି। ମିଳିଥିବା ସୂଚନାନୁଯାୟୀ ତାଲିବାନମାନେ ପୁଲିସ ଅଫିସର୍ ନେଗାରଙ୍କୁ ତାଙ୍କ ସ୍ବାମୀ ଏବଂ ପିଲାଙ୍କ ଆଗରେ ନିସ୍ତୁକ ମାଡ଼ ମାରିଛନ୍ତି ଏବଂ ଏହାପରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ନେଗାର ୮ ମାସ ଗର୍ଭବତୀ ଥିଲେ। ୩ ଜଣ ବନ୍ଧୁକଧାରୀ ବ୍ୟକ୍ତି ନେଗାରଙ୍କ ଘରେ ପହଞ୍ଚି ପ୍ରଥମେ ତାଙ୍କ ସ୍ବାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ବାନ୍ଧି ଦେଇଥିଲେ। ପରେ ସେମାନେ ନେଗାରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏବଂ ଶେଷରେ ଗୁଳି କରିଦେଇଥିଲେ। ଅନ୍ୟପକ୍ଷେ ତାଲିବାନ ଏହି ଅଭିଯୋଗକୁ ଖଣ୍ଡନ କରିଛି। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ତାଲିବାନମାନେ ଉକ୍ତ ପୁଲିସ ଅଧିକାରୀଙ୍କୁ ମାରିନାହାନ୍ତି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।
ସୀମା ଲଘିଂଲା ତାଲିବାନର ବର୍ବରତା: ପରିବାର ଆଗରେ ଗର୍ଭବତୀ ପୁଲିସ ଅଧିକାରୀଙ୍କୁ ହତ୍ୟା
/sambad/media/post_attachments/wp-content/uploads/2021/09/4564f1fs32h1sf321h23sf1h2fshh12fs132hsffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)