ନୂଆଦିଲ୍ଲୀ: ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ସୀମାରେ ସତର୍କ ହୋଇଯାଇଛି ସୀମା ସୁରକ୍ଷା ବଳ (ବିଏସ୍ଏଫ୍) । ପ୍ରାୟ ପ୍ରତି ଦିନ ଅନୁପ୍ରବେଶକାରୀ ଓ ଚୋରାଚାଲାଣକାରୀଙ୍କୁ ଧରୁଛି ବିଏସଏଫ । ଏହି କ୍ରମରେ ମଙ୍ଗଳବାର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଅନ୍ତର୍ଗତ ଭାରତ-ବାଂଲାଦେଶ ସୀମାରେ ବିଏସ୍ଏଫ୍ ସୋମବାର ୩୬.୭୩ ଲକ୍ଷ ଟଙ୍କାର ସୁନା ଜବତ କରିବା ସହ ଚୋରା ଚାଲାଣକାରୀମାନଙ୍କୁ ଗିରଫ କରିଛି।
ସୂଚନା ପାଇ ବିଏସଏଫ ଯବାନମାନେ ମଙ୍ଗଳବାର ଅପରାହ୍ଣରେ ଏକ ସନ୍ଦିଗ୍ଧ ସ୍ଥାନରେ ଚଢଉ କରିଥିଲେ । ଏହି ସମୟରେ ଯବାନମାନେ ଜଣେ ବ୍ୟକ୍ତି ଘାସ କାଟୁଥିବା ଦେଖିବାକୁ ପାଇଥିଲେ । ତା ଉପରେ ସନ୍ଦେହ ହେବା ପରେ ତାହାର ତଲାସୀ ନିଆଯାଇଥିଲା । ସେତେବେବେଳେ ତାଠାରୁ ଚୋରା ସୁନା ଜବତ ହୋଇଥିଲା ।
ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ବିଏସଏଫ ଦକ୍ଷିଣବଙ୍ଗ ସୀମାନ୍ତର ୧୪୬ତମ ବାଟାଲିୟନ ଅଧୀନରେ ଥିବା ବର୍ଡର ଅର୍ଥୋପେଡିକ୍ ବେଲ୍ଟର ଯବାନମାନେ ସୁନା ଚୋରା ଚାଲାଣ ଉଦ୍ୟମକୁ ବିଫଳ କରିଥିଲେ ଓ ବିପୁଳ ପରିମାଣର ସୁନା ଜବତ କରିଥିଲେ । ଜବତ ସୁନାରେ ୪୬୭ ଗ୍ରାମ ଓଜନର ୩ଟି ସୁନା ବିସ୍କୁଟ ଓ ଗୋଟିଏ ସୁନା ମୁଦ୍ରା ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଚୋରା ଚାଲାଣକାରୀମାନେ ବାଂଲାଦେଶରୁ ଭାରତକୁ ସୁନା ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିଲେ। ଏସଂପର୍କରେ ସୂଚନା ପାଇ ବିଏସଏଫ ଯବାନମାନେ ମଙ୍ଗଳବାର ଅପରାହ୍ଣରେ ଏକ ସନ୍ଦିଗ୍ଧ ସ୍ଥାନରେ ଚଢଉ କରିଥିଲେ । ଏହି ସମୟରେ ଯବାନମାନେ ଜଣେ ବ୍ୟକ୍ତି ଘାସ କାଟୁଥିବା ଦେଖିବାକୁ ପାଇଥିଲେ । ତା ଉପରେ ସନ୍ଦେହ ହେବା ପରେ ତାହାର ତଲାସୀ ନିଆଯାଇଥିଲା । ସେତେବେବେଳେ ତାଠାରୁ ଚୋରା ସୁନା ଜବତ ହୋଇଥିଲା ।