ସରିଲା ସଂସଦର ବଜେଟ୍‌ ଅଧିବେଶନ, ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ

ନୂଆଦିଲ୍ଲୀ: ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିଲା ବେଳେ ଆଜି ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଫଳରେ ସଂସଦରେ ଗତ ୮ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୮ ଯାଏ ଚାଲିବାକୁ ଥିବା ଚଳିତ ବଜେଟ ଅଧିବେଶନର ଶେଷ ତଥା ଦ୍ବିତୀୟ ଭାଗର ଅବଧିରେ ଏପରି ଆଗୁଆ ପରିସମାପ୍ତି ଘଟିଛି। ଏହି ବଜେଟ୍‌ ଅଧିବେଶନର ପ୍ରଥମ ଭାଗ ଗତ ଜାନୁଆରି ୨୯ରେ ଆରମ୍ଭ ହୋଇ ଫେବ୍ରୁଆରି ୧୩ ଯାଏ ଚାଲିଥିଲା। ତେବେ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଓ ପୁଡୁଚେରିରେ ଆସନ୍ତା ୨୭ ତାରିଖରୁ ଏପ୍ରିଲ ୨୯ ଯାଏ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃ୍ଷ୍ଟିରେ ରଖି ବଜେଟ୍‌ ଅଧିବେଶନର କାର୍ଯ୍ୟକାଳକୁ କମାଇବା ପାଇଁ ପୂର୍ବରୁ ଅନେକ ସାଂସଦ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଲୋକସଭା ବାଚସ୍ପତି, ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର