ରାଞ୍ଚି: ସୁପ୍ରିମ୍କୋର୍ଟଙ୍କ ବୁଲଡୋଜର ରାୟ ଆସିବା ପରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାଡ଼ଖଣ୍ଡରେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ କହିଛନ୍ତି ସଂପ୍ରତି ବୁଲଡୋଜର ଏବେ ବିଶ୍ରାମ ନେଇଛି। ଏହା ଶୀଘ୍ର ଲୁଟ ପାଣ୍ଠିକୁ ଫେରାଇ ଆଣିବ। ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ ରାଜ୍ୟର ପ୍ରାକୃତିକ ସମ୍ବଳ ଓ କେନ୍ଦ୍ରୀୟ ପାଣ୍ଠିର ଲୁଟ୍ କରୁଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଶରଣ ଦେଉଛି, ଫଳରେ ସେମାନେ ରାଜ୍ୟର ସୁରକ୍ଷା, ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ବର୍ତ୍ତମାନ ବୁଲ୍ଡୋଜର ବିଶ୍ରାମ ନେଇଛି। ଖୁବ୍ଶୀଘ୍ର କାମରେ ଲାଗିବ ଏବଂ ଲୁଟ୍ ହୋଇଥିବା ପାଣ୍ଠିକୁ ଫେରାଇ ଆଣିବ। ଆଦିତ୍ୟନାଥ କହଛନ୍ତି, ମଥୁରାରେ କୃଷ୍ଣ ମନ୍ଦିର ନିମନ୍ତେ ହିନ୍ଦୁମାନେ ଏକଜୁଟ ହେବାର ସମୟ ଆସିଛି।
‘ବୁଲଡୋଜର ଏବେ ବିଶ୍ରାମ ନେଇଛି’
ସୁପ୍ରିମ୍କୋର୍ଟଙ୍କ ବୁଲଡୋଜର ରାୟ ଆସିବା ପରେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଝାଡ଼ଖଣ୍ଡରେ ଏହି ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)