ନୂଆଦିଲ୍ଲୀ : ଚଳିତ ମେ' ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ। ସୋମବାର ଦିନ ଭାରତୀୟ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଜୁନ୍ ୩ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଗତ ଡିସେମ୍ବର ୩୦ରେ ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଏହି ଆସନ ଖାଲି ପଡିଥିଲା। ଘୋଷିତ ନିର୍ବାଚନ ସୂଚୀ ଅନୁସାରେ ଆସନ୍ତା ୪ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମେ' ୧୧ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ଓ ମେ' ୧୭ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରଖାଯାଇଛି। ଜୁନ୍ ୩ରେ ଭୋଟ ଫଳାଫଳ ପ୍ରକାଶ ପାଇବ।
୨୦୧୯ ବିଧାନସଭା ନିର୍ବାଚନରେ ବ୍ରଜରାଜନଗର ଆସନରୁ ବିଜେଡି ପ୍ରାର୍ଥୀ ଭାବେ ସ୍ବର୍ଗତ ମହାନ୍ତି ବିଜୟଲାଭ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/vote-ffffaaaf.jpg)