ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ, ଶନିବାର ଭୋଟ୍‌ ଗ୍ରହଣ

ନୂଆଦିଲ୍ଲୀ: ଆସନ୍ତା ଶନିବାର ଦିନ ପଶ୍ଚିମବଙ୍ଗ ଏବଂ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅଛି। ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଆସାମରେ ୪୭ ଆସନରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ପଶ୍ଚିମବଙ୍ଗରେ ୩୦ ଆସନରେ ପ୍ରଥମ ପର୍ଯ୍ୟାୟ‌ରେ‌ ଭୋଟ୍‌ ଗ୍ରହଣ ‌ହେବ। ପଶ୍ଚିମବଙ୍ଗରେ ଚଳିତ ନିର୍ବାଚନରେ ବି‌ଜେପି ଏବଂ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଏହା ମୁହାଁମୁହିଁ ଲଢ଼େଇ ବୋଲି କୁହାଯାଉଛି। ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମାର୍ଚ୍ଚ ୨୭‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇ ଏପ୍ରିଲ ୨୯ ତାରିଖରେ ଶେଷ ହେବ। ଆସାମରେ ପ୍ରଥମ ପର୍ଯ୍ୟାୟ ପାଇଁ ୪୭ ଆସନରେ ୨୬୪ ପ୍ରାର୍ଥୀ ଲଢ଼ୁଛନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟରଙ୍କ ସଂଖ୍ୟା ହେଉଛି ୮୧,୦୯,୮୧୫। ଏମାନଙ୍କ ମଧ୍ୟରୁ ୪୦,୭୭,୨୧୦ ଜଣ ପୁରୁଷ,୪୦,୩୨,୪୮୧ ଜଣ ମହିଳା ଏବଂ ୧୨୪ ଜଣ କିନ୍ନର।

ସମ୍ବନ୍ଧିତ ଖବର