ତିରୁଅନନ୍ତପୁରମ୍ : ମେଟ୍ରୋମ୍ୟାନ୍‌ ଇ ଶ୍ରୀଧରନ ଆଜି ତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। କେରଳର ପାଲାକ୍କଡରୁ ଶ୍ରୀଧରନ ପ୍ରାର୍ଥୀ ହୋଇଛନ୍ତି। ଗତକାଲି ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଶ୍ରୀଧରନଙ୍କ ନାମ ଘୋଷଣା ହୋଇଥିଲା। ଶ୍ରୀଧରନ ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ସହ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି, ଏପ୍ରିଲ ୬ ପରେ ଏନ୍‌ଡିଏ ହିଁ କେରଳରେ ସରକାର ଗଢ଼ିବ । ୮୮ ବର୍ଷୀୟ ଶ୍ରୀଧରନ କହିଛନ୍ତି, ସିପିଆଇଏମ୍‌ ନେତୃତ୍ବାଧୀନ ସରକାର ରାଜ୍ୟର ବିକାଶ ଦିଗରେ ଆଗ୍ରହୀ ନୁହେଁ। ଏହା କେବଳ ଦଳର ଉନ୍ନତି ଦିଗରେ କାର୍ଯ୍ୟ କରୁଛି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ କଟାକ୍ଷ କରି ଶ୍ରୀଧରନ କହିଛନ୍ତି ସେ କେବଳ ତାଙ୍କ ଦଳ ପାଇଁ ଜଣେ ଭଲ ମୁଖ୍ୟମନ୍ତ୍ରୀ, କିନ୍ତୁ ରାଜ୍ୟ ପାଇଁ ନୁହେଁ। ୫ ବର୍ଷର ଶାସନ ମଧ୍ୟରେ ଏଲ୍‌ଡିଏଫ୍‌ ସରକାର ରାଜ୍ୟର ବିକାଶ ପାଇଁ କିଛି କରିନାହାନ୍ତି ବୋଲି ଶ୍ରୀଧରନ କହିଛନ୍ତି।