୧୩ ବର୍ଷ ତଳର ଦାଦାବଟି ଆଦାୟ ମାମଲା: ମନ୍ତ୍ରୀ ନୀଶିଥ ପ୍ରମାଣିକଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି
ନୂଆଦିଲ୍ଲୀ: ୧୩ ବର୍ଷର ଏକ ଦାଦାବଟି ଆଦାୟ ମାମଲାରେ ପଶ୍ଚିମବଙ୍ଗର ଆଲିପୁରଦ୍ବାର କୋର୍ଟ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନୀଶିଥ ପ୍ରମାଣିକଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ୍ ଜାରି କରିଛନ୍ତି। ନଭେମ୍ବର ୧୧ ତାରିଖରେ ଆଲିପୁରଦ୍ବାର କୋର୍ଟ ଆଇପିସିର ଧାରା ୪୫୭, ୩୮୩ ଏବଂ ୪୧୧ ଅଧୀନରେ ନୀଶିଥ ପ୍ରମାଣିକଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ୨୦୦୯ ମସିହାର ଏକ ଦାଦାବଟି ଆଦାୟ ମାମଲାରେ ମନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କାଲକାଟା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲା ପ୍ରଥମେ ଉତ୍ତର ୨୪ ପ୍ରଗଣା ବରସାତର ସ୍ବତନ୍ତ୍ର ଏମ୍ପି/ଏମଏଲଏ କୋର୍ଟରୁ ଆଲିପୁରଦ୍ବାର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତବର୍ଷ ପ୍ରମାଣିକ ନାଗରିକତା ପ୍ରସଙ୍ଗକୁ ନେଇ ଏକ ବିବାଦରେ ଫସି ଯାଇଥିଲେ। କଂଗ୍ରେସ ନେତା ରିପୁନ ବୋରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଏକ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ପ୍ରମାଣିକ ଜଣେ ବାଂଲାଦେଶୀ ଏବଂ ସେ ଭାରତୀୟ ନାଗରିକ ସାଜିବାକୁ ଜାଲିଆତି କରିଛନ୍ତି। କିନ୍ତୁ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।