ଅଶ୍ଳୀଳ ଫିଲ୍ମ ରାକେଟ୍‌ ମାମଲା: ରାଜ କୁନ୍ଦ୍ରାଙ୍କୁ ଅନ୍ତରୀଣ ଜାମିନ, ପରବର୍ତ୍ତୀ ଶୁଣାଣି ୨୫ରେ

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ରୢାକେଟ୍‌ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଜଷ୍ଟିସ୍‌ ଏସ୍‌ କେ ସିନ୍ଦେଙ୍କ ଖଣ୍ଡପୀଠ ଆସନ୍ତା ୨୫ ତାରିଖରେ ରାଜ କୁନ୍ଦ୍ରାଙ୍କ ଆଗୁଆ ଜାମିନ ଉପରେ ଜବାବ ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପର୍ଯ୍ୟନ୍ତ କୁନ୍ଦ୍ରାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଗଲା ବୋଲି ବିଚାରପତି କହିଛନ୍ତି। ରାଜ କୁନ୍ଦ୍ରା ଏବେ ଜେଲ୍‌ରେ ଅଛନ୍ତି। କାରଣ ସେ ଅନ୍ୟ ଏକ ମାମଲାରେ ଗତ ଜୁଲାଇ ମାସରେ ଗିରଫ ହୋଇଥିଲେ। ମୋବାଇଲ ଆପ୍‌ରେ ଅଶ୍ଳୀଳ ଫିଲ୍ମ ପ୍ରଡକ୍ସନ୍‌ ଓ ଡିଷ୍ଟ୍ରିବ୍ୟୁସନ୍‌ ସହ ଏହି ମାମଲା ଜଡ଼ିତ। ଏହି କେସ୍‌ରେ କୁନ୍ଦ୍ରା ଗତ ସପ୍ତାହରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।

ସେସନ୍‌ କୋର୍ଟରେ ତାଙ୍କର ଏହି ଆଗୁଆ ଜାମିନ ଖାରଜ ହୋଇଥିଲା। ଏହାପରେ କୁନ୍ଦ୍ରା ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। , ଏହି ଆବେଦନରେ ସେ ଦର୍ଶାଇଥିଲେ, ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଜାମିନ ମିଳି ସାରିଲାଣି। ତେଣୁ ତାଙ୍କୁ ଜାମିନ ମିଳିବା ଉଚିତ। ହାଇକୋର୍ଟରେ ଆଜି ଏହି ଆବେଦନକୁ ବିରୋଧ କରି ବିଚାରପତି ସିନ୍ଦେ କହିଥିଲେ, ଅଶ୍ଳୀଳ ଫିଲ୍ମ ମାମଲାରେ କୁନ୍ଦ୍ରାଙ୍କ ଭୂମିକା ଅନ୍ୟ ଅଭିଯୁକ୍ତଙ୍କଠାରୁ ଅଲଗା। ସେ ଏହି ଆବେଦନ ସମ୍ପର୍କରେ ତର୍ଜମା କରି ନିର୍ଦ୍ଦେଶ ଦେବାପାଇଁ ସମୟ ମାଗିଛନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦେବା ସହ ସେଦିନ ପରବର୍ତ୍ତୀ ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର