ବ୍ରାଜିଲ: ଦକ୍ଷିଣ ବ୍ରାଜିଲର ବ୍ରୁସ୍କେ ସହରର ଜଣେ ୧୦୦ ବର୍ଷ ବୟସ୍କ ବ୍ୟକ୍ତି ଏକ କପଡ଼ା କାରଖାନାରେ ୮୪ ବର୍ଷ କାର୍ଯ୍ୟ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଛନ୍ତି। ଦୀର୍ଘ ଏବଂ ପୁରସ୍କୃତ କ୍ୟାରିଅର୍ ଖୋଜୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ୱାଲ୍ଟର ଅର୍ଥମ୍ୟାନ୍ଙ୍କ ପରାମର୍ଶ ଅତ୍ୟନ୍ତ ସାଂପ୍ରତିକ। ସେ କହନ୍ତି, ଆପଣ ଯାହା ଭଲ ପାଆନ୍ତି ତାହା ଅନୁସରଣ କରନ୍ତୁ ଏବଂ ଜଙ୍କ ଫୁଡ୍ଠାରୁ ଦୂରେଇ ରୁହନ୍ତୁ। ରେଥନକ୍ସଭ୍ୟୁ ନାମକ ଏକ କପଡା ଉତ୍ପାଦନକାରୀ ସଂସ୍ଥାରେ ଅର୍ଥମ୍ୟାନ୍ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସଫଳତାର ସହ କାର୍ଯ୍ୟ କରି ସେ ଖୁବ୍ ଶୀଘ୍ର ପଦୋନ୍ନତି ପାଇଥିଲେ। ତା’ପରେ ବିକ୍ରୟ ପରିଚାଳକ ହୋଇଥିଲେ। ସେ ପ୍ରତିଦିନ ବ୍ୟାୟାମ କରନ୍ତି ଏବଂ ନିରୋଗ ରହିବା ପାଇଁ ଖାଦ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି। ତାଙ୍କ ଖାଦ୍ୟ ତାଲିକାରୁ ସେ ଲୁଣ ଏବଂ ଚିନିକୁ ବାଦ୍ ଦେଇଥିଲେ। ଏପରିକି କୋକ୍ ଏବଂ ଅନ୍ୟାନ୍ୟ ସୋଡା ମଧ୍ୟ ପିଅନ୍ତି ନାହିଁ। ଯାହା ସ୍ବାସ୍ଥ୍ୟ ପାଇଁ ହିତକାରୀ କେବଳ ସେହି ଖାଦ୍ୟ ସେ ଖାଆନ୍ତି। ଏହା ପ୍ରକୃତରେ ଆପଣଙ୍କ ଶରୀରକୁ ସବୁଦିନ ପାଇଁ ଶକ୍ତିଶାଳୀ ହେବାକୁ ସାହାଯ୍ୟ କରେ ବୋଲି ଅର୍ଥମ୍ୟାନ୍ କହିଛନ୍ତି।
କପଡ଼ା କାରଖାନାରେ ୮୪ ବର୍ଷ ହେଲା କାମ କରୁଛନ୍ତି ଶତାୟୁ ବ୍ରାଜିଲୀୟ
/sambad/media/post_attachments/wp-content/uploads/2022/04/g654gdj5gdj321gjd32jgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)