କୋଲକାତା: ଶାନ୍ତି ନିକେତନସ୍ଥିତ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟର ୧୦୦ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ମୋଦୀ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ସହ ଜଡ଼ିତ କେତେକ ରୋଚକ ତଥ୍ୟ ଦେଇ ଗୁଜରାଟ ସହ ତାଙ୍କର ଥିବା ସମ୍ପର୍କକୁ ନେଇ କେତେକ ଉଦାହରଣ ମଧ୍ୟ ଦେଇଥିଲେ। ମୋଦୀ କହିଲେ, ବାମ କାନ୍ଧରେ ଶାଢ଼ିର ଆଞ୍ଚଲ ରଖି ପିନ୍ଧିବା ଚଳଣି ପରମ୍ପରା ଟାଗୋର ପରିବାରର ବୋହୂ ଜ୍ଞାନନନ୍ଦିନୀ ଦେବୀ ଆରମ୍ଭ କରିଥିଲେ।
ଏ ନେଇ ଅଧିକ ରିସର୍ଚ୍ଚ କରିବା ପାଇଁ ସେ ମହିଳା ସଶକ୍ତିକରଣ ସଂଗଠନଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଗୁଜରାଟରେ ପାରମ୍ପରିକ ରୀତିରେ ମହିଳାମାନେ ଶାଢ଼ି ପିନ୍ଧିବାବେଳେ ଆଞ୍ଚଲକୁ ଡାହାଣ କାନ୍ଧରେ ରଖିଥାନ୍ତି। ଗୁଜରାଟ ସହ ଟାଗୋରଙ୍କ ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଗୁରୁଦେବଙ୍କ ବଡ଼ ଭାଇ ସତ୍ୟେନ୍ଦ୍ର ନାଥ ଟାଗୋର ଆଇସିଏସ୍ ପାଇଥିଲେ ଏବଂ ତାଙ୍କର ପ୍ରଥମ ନିଯୁକ୍ତି ଗୁଜରାଟରେ ହୋଇଥିଲା। ସେ ସମୟରେ ଗୁରୁଦେବ ନିୟମିତ ଗୁଜରାଟ ଯାଉଥିଲେ ଏବଂ ସେଠାରେ ଦୀର୍ଘଦିନ ବିତାଉଥିଲେ। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ସରଗରମ ସ୍ଥିତି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ଟିଏମ୍ସି ସମାଲୋଚନା କରିଛି। ଗୁଜରାଟ ସହ ଟାଗୋରଙ୍କ ସଂପର୍କ ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ପଛରେ କି ଉଦ୍ଦେଶ୍ୟ ରହିଛି ବୋଲି ଟିଏମ୍ସି ନେତାମାନେ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/fhs5h4s6f5h4s56fh456f456fsh.jpg)