ଟ୍ବିଟର୍‌ ସମ୍ବିଧାନ ନିୟମ ଉଲ୍ଲଂଘନ କରିଥିବା କେନ୍ଦ୍ରର ଦାବି

ନୂଆଦିଲ୍ଲୀ: ଟ୍ବିଟର୍‌ର କମ୍ୟୁନିଟି ଗାଇଡ୍‌ଲାଇନ୍ ଉଲ୍ଲଂଘନ କରିବା ଅଭିଯୋଗରେ ଏହା ଆଇନଜୀବୀ ସଞ୍ଜୟ ହେଗଡ଼େଙ୍କ ଆକାଉଣ୍ଟକୁ ତିନିବର୍ଷ ତଳେ ଅଚଳ କରିଦେଇଥିଲା। ଟ୍ବିଟରର ଏପରି ନିଷ୍ପତ୍ତି ଭାରତୀୟ ସମ୍ବିଧାନ ଓ ବାକ୍ ସ୍ବାଧୀନତା ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ କୋର୍ଟରେ ଅବଗତ କରାଇଛି। ଗତମାସରେ ସରକାର କହିଥିଲେ ଯେ, ମେଟା ଓ ଟ୍ବିଟର ଭାରତୀୟ ଆଇନ ମାନିବାକୁ ବାଧ୍ୟ। ଅତି ସାଂଘାତିକ ମାମଲା ଯଥା ଦୁଷ୍କର୍ମ ଧମକ ବା ଆତଙ୍କବାଦ ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ କାହାରି ପୋଷ୍ଟକୁ ହଟାଇବା ବା ଆକାଉଣ୍ଟକୁ ଅଚଳ କରିବା ପୂର୍ବରୁ ତାଙ୍କୁ ନିଜ ସପକ୍ଷରେ ମତ ରଖିବାର ସୁଯୋଗ ଦେବା ଉଚିତ।

ତେବେ ସରକାରଙ୍କ ବର୍ତ୍ତମାନର ଆଭିମୁଖ୍ୟ ୨୦୧୯ରେ ଦେଇଥିବା ମତର ବିରୁଦ୍ଧାଚରଣ କରୁଛି। କାରଣ ୨୦୧୯ରେ ସରକାର କହିଥିଲେ ଯେ ଉକ୍ତ ମାମଲାକୁ ହେଗଡ଼େ ଓ ଟ୍ବିଟର ମିଶି ସମାଧାନ କରନ୍ତୁ। ଟ୍ବିଟର ଏ ବାବଦରେ କିଛି ମତାମତ ଦେଇନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶାସନ ସୂଚନା ପ୍ରଯୁକ୍ତି ଆଇନ ୨୦୨୧ ଅନୁସାରେ ସାମାଜିକ ଗଣମାଧ୍ୟମଗୁଡ଼ିକୁ ଦେଶର ଆଇନ ମୁତାବକ ନିୟନ୍ତ୍ରଣ କରିବାକୁ ଚାହୁଥିବାରୁ ଦୁଇ ପ୍ରମୁଖ ସୋସିଆଲ ମିଡ଼ିଆ ସଂସ୍ଥା ଏଥିରୁ ଖସିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଗତବର୍ଷ ଏକ କୋର୍ଟ ମାମଲାରେ ନୂଆ ଆଇନ ମାନିବାକୁ ଟ୍ବିଟର ରାଜି ହୋଇଥିବା ବେଳେ ମେଟା ଏହା ବିରୋଧରେ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା।

ସମ୍ବନ୍ଧିତ ଖବର