ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ସେନା ପାଇଁ ୭୨ ହଜାର ଅତ୍ୟାଧୁନିକ ଏସଲ୍ଟ ରାଇଫଲ କ୍ରୟ କରିବା ନିମନ୍ତେ ମଂଜୁରି ଦେଇଛନ୍ତି। ଏହା ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର କ୍ରୟ ନିମନ୍ତେ ୨୨୯୦ କୋଟି ଟଙ୍କା ସରକାର ମଂଜୁର କରିଛନ୍ତି। ଆମେରିକାରୁ ରାଇଫଲ କିଣା ବାବଦରେ ୭୮୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଜଣାପଡ଼ିଛି। ପୂର୍ବ ଲଦାଖ୍ରେ ଏବେ ଚୀନ୍ ସେନା ସହ ଭାରତ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଏହି ଅସ୍ତ୍ରଶସ୍ତ୍ର କ୍ରୟ ବିଶେଷ ଗୁରୁତ୍ବ ବହନ କରୁଛି। ଭାରତୀୟ ସେନା ନିକଟରେ ପୂର୍ବରୁ ୭୨ ହଜାର ୪୦୦ ସିଗ୍ ସର୍ ଏସଲ୍ଟ ରାଇଫଲ୍ ରହିଛି। ଆଜି ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ବୈଠକରେ ମୋଟ ୨୨୯୦ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ନିମନ୍ତେ ମଂଜୁରି ପ୍ରଦାନ କରାଯାଇଛି ଏବଂ ଏଥିରୁ ୩୦ ପ୍ରତିଶତ ଅର୍ଥ ଭାରତରେ ଅସ୍ତ୍ରଶସ୍ତ୍ର ନିର୍ମାଣରେ ବିନିଯୋଗ ହେବ ବୋଲି ଜଣାପଡ଼ିଛି।
୨୨୯୦ କୋଟି ଟଙ୍କାର ଅସ୍ତ୍ର କ୍ରୟ ପାଇଁ କେନ୍ଦ୍ରର ମଂଜୁରି, ଆମେରିକାରୁ ଆସିବ ୭୨ ହଜାର ଏସଲ୍ଟ ରାଇଫଲ
/sambad/media/post_attachments/wp-content/uploads/2020/09/8df7h8d7h98d7gh89d7hd98gdhhghhhghg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)