ନୂଆଦିଲ୍ଲୀ: ଜାଇଡସ୍ କାଡିଲାର କୋଭିଡ୍ ଟିକା ଜାଇକଭ୍ ଡି କିଣିବାପାଇଁ ଭାରତ ସରକାର ଅର୍ଡର କରିଛନ୍ତି। ଜାଇକଭ୍-ଡିର ୧ କୋଟି ଡୋଜ୍ କିଣାଯିବ। ୩ ଡୋଜ୍ ବିଶିଷ୍ଟ ଟିକା ଜାଇକଭ୍-ଡିକୁ ଗତ ଅଗଷ୍ଟରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ଏହାକୁ ୧୨ ବର୍ଷ ଏବଂ ୧୨ ବର୍ଷରୁ ଊର୍ଦ୍ଧ୍ବ ଶିଶୁ ଏବଂ କିଶୋରମାନଙ୍କଠାରେ ବ୍ୟବହାର ପାଇଁ ଅନୁମତି ମିଳିଛି। ଜାଇକଭ୍-ଡିର ପ୍ରତିଟି ଡୋଜ୍ର ମୂଲ୍ୟ ୨୬୫ ଟଙ୍କା। ଟିକା ଦେବାପାଇଁ ଛୁଞ୍ଚିର ଆବଶ୍ୟକତା ନାହିଁ। ଏଥିପାଇଁ ଏକ ଜେଟ୍ ଆପ୍ଲିକେଟର ବ୍ୟବହାର କରାଯିବ। ପ୍ରତି ଡୋଜ୍ ପିଛା ଏହାର ମୂଲ୍ୟ ୯୩ ଟଙ୍କା। ଫଳରେ ପ୍ରତି ଜାଇକଭ୍-ଡି ଡୋଜ୍ ପାଇଁ ୩୫୮ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ବାରା ୩ଟି ଡୋଜ୍ ପାଇଁ ମୋଟ୍ ୧, ୦୭୪ ଟଙ୍କା ଖର୍ଚ୍ଚ ହେବ। ପ୍ରତି ୨୮ ଦିନ ବ୍ୟବଧାନରେ ଜାଇକଭ୍-ଡିର ୩ଟି ଡୋଜ୍ ଦିଆଯିବ। ବିଶ୍ବର ପ୍ରଥମ ସ୍ବଦେଶୀ ଭାବେ ବିକଶିତ ହୋଇଥିବା ଡିଏନ୍ଏ ଆଧାରିତ ଛୁଞ୍ଚିବିହୀନ ଏହି କୋଭିଡ୍ ଟିକାକୁ ଅଗଷ୍ଟ ୨୦ ତାରିଖରେ ଏମର୍ଜେନ୍ସି ବ୍ୟବହାର ପାଇଁ ଅନୁମତି ମିଳିଥିଲା। ପ୍ରଥମେ ଜାଇଡସ୍ କାଡିଲା ଏହାର ଟିକା ମୂଲ୍ୟ ଅଧିକ ରଖିଥିଲା। କିନ୍ତୁ ସରକାରଙ୍କ ସହ ବିଚାରବିମର୍ଶ ପରେ ପ୍ରତି ଡୋଜ୍ର ମୂଲ୍ୟ ୨୬୫ ଟଙ୍କା ରଖିଛି। ପୂର୍ବରୁ ଜାଇକଭ୍ ଡି ଏହାର ୩ଟି ଡୋଜ୍ର ମୂଲ୍ୟ ୧୯୦୦ ଟଙ୍କା ରଖିଥିଲା। କିନ୍ତୁ ସରକାରଙ୍କ ସହ କଥାବାର୍ତ୍ତା ପରେ ଏହାକୁ କମାଇଛି।
୧ କୋଟି ଜାଇକଭ ଡି ଟିକା କିଣିବ କେନ୍ଦ୍ର, ପ୍ରତି ଡୋଜ୍ର ମୂଲ୍ୟ ୨୬୫ ଟଙ୍କା
/sambad/media/post_attachments/wp-content/uploads/2021/05/zydus-covd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)