ଅଧିକ ସଂକ୍ରମଣ ମାମଲା ଥିବା ୫୦ ଜିଲ୍ଲାରେ ମୁତୟନ ହେଲେ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ: ଦେଶରେ ୧୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପ୍ରାୟ ୫୦ ଟି ଜିଲ୍ଲାରେ ସଂକ୍ରମଣ ମାମଲା ବଢ଼ୁଥିବାରୁ ଏସବୁ ଜିଲ୍ଲାମାନଙ୍କରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍‌ ମୁତୟନ ହୋଇଛନ୍ତି। ଉକ୍ତ ଜିଲ୍ଲାମାନଙ୍କରେ କେନ୍ଦ୍ରୀୟ ଟିମ୍‌ କୋଭିଡ୍‌ ମୁକାବିଲା ଦିଗରେ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆସନ୍ତା ୨ ମାସ ପର୍ଯ୍ୟନ୍ତ ଏହି ଟିମ୍‌ କୋଭିଡ୍‌ ପରୀକ୍ଷା, ମାମଲା ନିୟନ୍ତ୍ରଣ, ମୃତ୍ୟୁ ହାର ନିୟନ୍ତ୍ରଣ, ସକ୍ରିୟ ମାମଲା ଏବଂ ହସ୍ପିଟାଲ୍‌ମାନଙ୍କରେ ବେଡ୍‌ ଅଭାବ ସଂକ୍ରାନ୍ତ ସମସ୍ୟାର ସମାଧାନ କରିବେ ।

ଉଚ୍ଚ ସଂକ୍ରମଣ ମାମଲା ଥିବା ଏହି ଜିଲ୍ଳାଗୁଡ଼ିକ ମହାରାଷ୍ଟ୍ର, (୭ ଜିଲ୍ଲା/ ‌ପୌରପାଳିକା), ତେଲେଙ୍ଗାନା (୪), ତାମିଲନାଡ଼ୁ (୭), ରାଜସ୍ଥାନ (୫), ଆସାମ (୬), ହରିୟାଣା (୪), ଗୁଜରାଟ (୩), କର୍ଣ୍ଣାଟକ (୪), ଉତ୍ତରାଖଣ୍ଡ (୩), ମଧ୍ୟପ୍ରଦେଶ (୫), ପଶ୍ଚିମବଙ୍ଗ (୩), ଦିଲ୍ଲୀ (୩), ବିହାର (୪), ଉତ୍ତରପ୍ରଦେଶ (୪) ଏବଂ ଓଡ଼ିଶା (୫)ରେ ରହିଛି। ଉଲ୍ଲେଖଯୋଗ୍ୟ ଲଗାତାର ୭ ଦିନ ଧରି ଭାରତରେ ସଂକ୍ରମଣ ମାମଲା ବଢ଼ି ଚାଲିଛି। ୩ ଜଣିଆ ସଦସ୍ୟ ବିଶିଷ୍ଟ କେନ୍ଦ୍ରୀୟ ଟିମ୍‌ ତଥା ୨ ଜନସ୍ବାସ୍ଥ୍ୟ ବିଶେଷଜ୍ଞ/ ମହମାରୀ ରୋଗ ବିଶେଷଜ୍ଞ ଏବଂ ଜଣେ ବରିଷ୍ଠ ଯୁଗ୍ମ ସଚିବସ୍ତରୀୟ ନୋଡାଲ୍‌ ଅଫିସର କରୋନା ମୁକାବିଲା ଦିଗରେ ସହଯୋଗ କରିବେ। ଏହି ଟିମ୍‌ ସିଧାସଳଖ ସ୍ବାସ୍ଥ୍ୟକେନ୍ଦ୍ର ବୁଲିବେ ଏବଂ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ସହଯୋଗ କରିବେ।

ସମ୍ବନ୍ଧିତ ଖବର