ନୂଆଦିଲ୍ଲୀ: ଚରମ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର କୁଳପତି ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବିତ କରାଯାଇଛି। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ବଳରେ କୁଳପତିଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କୁଳପତି ସ୍ବାସ୍ଥ୍ୟଗତ କାରଣରୁ ବିଶ୍ବବିଦ୍ୟାଳୟରେ ଅନୁପସ୍ଥିତ ନେଇ ଜାରି କରିଥିବା ନିର୍ଦ୍ଦେଶନାମାକୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରାଯାଇଛି ବୋଲି ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁଳପତିଙ୍କ ବିରୋଧରେ ଆସିଥିବା ପ୍ରଶାସନିକ ତ୍ରୁଟିର ତଦନ୍ତ ପାଇଁ ରାଷ୍ଟ୍ରପତି ସୁପାରିସ କରିଛନ୍ତି। ବିଶ୍ବବିଦ୍ୟାଳୟ ପରିଚାଳନାରେ କୁଳପତି ବୈଧାନିକ ବ୍ୟବସ୍ଥାର ଅନୁପାଳନ କରିନାହାନ୍ତି ବୋଲି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଦିଲ୍ଲୀ ବିଶ୍ବବିଦ୍ୟାଳୟର କୁଳପତି ନିଲମ୍ବିତ
/sambad/media/post_attachments/wp-content/uploads/2020/10/sfhfsh4sfh4sf65h465sfh465sfh4s65fs64fh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)