ନୂଆଦିଲ୍ଲୀ : ଛତିଶଗଡ଼ ସଂକ୍ରମଣ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଛି। ଦିନକରେ ଛତିଶଗଡ଼ରେ ସର୍ବାଧିକ ୯,୯୨୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ତେବେ ମହାମାରୀ ଆରମ୍ଭ ହେବାଠାରୁ ପ୍ରଥମ ଥର ପାଇଁ ଛତିଶଗଡ଼ରେ ଦୈନିକ ସଂକ୍ରମଣ ୯ ହଜାର ଟପିଛି। ସଂକ୍ରମଣ ବଢ଼ିବାରୁ ଛତିଶଗଡ଼ରେ କଟକଣା କଡ଼ାକଡ଼ି କରାଯାଇଛି। ରାୟପୁରରେ ଆସନ୍ତା ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା ହୋଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଜି ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ରାଜ୍ୟରେ କରୋନା ରୋଗୀମାନଙ୍କ ପାଇଁ ପର୍ଯ୍ୟାପ୍ତ ବେଡ୍ ନଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଏ ଦିଗରେ ପଦକ୍ଷେପ ନିଆଯାଉଥିବା ସରକାର କହିଛନ୍ତି।
ଛତିଶଗଡ଼ କୋଭିଡ ସଙ୍କଟ ଜଟିଳ, ୯ରୁ ସମ୍ପୂର୍ଣ୍ଣ ଲକ୍ଡାଉନ୍
/sambad/media/post_attachments/wp-content/uploads/2021/03/corona-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)