ଆଇନମନ୍ତ୍ରୀଙ୍କ ଯୁବସୁଲଭ ଚେହେରାକୁ ନେଇ ମଜାକଲେ ପ୍ରଧାନବିଚାରପତି

ନୂଆଦିଲ୍ଲୀ: କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁଙ୍କ ଯୁବସୁଲଭ ଚେହେରା ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଦେଇଥିବା ମନ୍ତବ୍ୟ ବାର୍ କାଉନ୍‌ସିଲ କାର୍ଯ୍ୟକ୍ରମରେ ହାସ୍ୟରୋଳ ସୃଷ୍ଟି କରିଛି। କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ଏହାର ଏକ ଭିଡ଼ିଓ କ୍ଲିପ୍ ଟ୍ବିଟରରେ ସେୟାର କରିବା ପରେ ଏହା ଭାଇରାଲ ହୋଇଛି।

ସିଜେଆଇ ଦାବି କରିଥିଲେ ଯେ, ‘ଯୁବସୁଲଭ ଚେହେରା’ ବିଭାଗରେ ସେ ଜଣେ ‘ନକଲକାରୀ’ ମାତ୍ର। ପ୍ରଧାନବିଚାରପତି କହିଛନ୍ତି ଯେ, ଯେତେବେଳେ ଆଇନମନ୍ତ୍ରୀଙ୍କ ଜନ୍ମ ହେଲା ସେତେବେଳେ ତାଙ୍କୁ ୧୨ ବର୍ଷ ୮ ଦିନ ତେଣୁ ‘ଯୁବସୁଲଭ ଚେହେରା’ ବିଭାଗରେ ସେ ଜଣେ ନକଲକାରୀ ବୋଲି ଦାବି କରିଛନ୍ତି। ସିଜେଆଇ ମନ୍ତ୍ରୀଙ୍କ ବିଷୟରେ ଏହା କହିବା ପରେ ମନ୍ତ୍ରୀ ମଜାରେ ଅଧିକ ବ୍ୟାଖ୍ୟା ଚାହେନା ବୋଲି କହିଥିଲେ।

ସମ୍ବନ୍ଧିତ ଖବର