କେନ୍ଦ୍ର ନିକଟରେ ପଡ଼ିରହିଥିବା ପ୍ରସ୍ତାବ ଓ ଦାବିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଗସ୍ତର ତୃତୀୟ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସିକ କମିସନରଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକ‌ାରୀମାନଙ୍କ ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ପଡ଼ି ରହିଥିବା ରାଜ୍ୟ ସମ୍ପର୍କିତ ପ୍ରସ୍ତାବ ଓ ଦାବିଗୁଡିକର ସମୀକ୍ଷା କରିଥିଲେ। ଅଧିକାରୀମାନଙ୍କ ଦ୍ବାରା ପ୍ରସ୍ତାବ ଓ ଦାବିଗୁଡ଼ିକର ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହିତ ସଦ୍ୟତମ ତଥ୍ୟ ଉପସ୍ଥାପନ କରାଯାଇଥିଲା।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ, କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟରେ ପଡ଼ି ରହିଥିବା ରାଜ୍ୟର ବିଭିନ୍ନ ପ୍ରସ୍ତାବ ଓ ଦାବିଗୁଡିକର ନିୟମିତରୁପେ ଫୋ‌ଲୋଅପ୍ କରାଯାଉଛି ବୋଲି ଅଧିକାରୀମାନେ କହିଥିଲେ। ରାଜ୍ୟର ପ୍ରସ୍ତାବ ଓ ଦାବିଗୁଡିକୁ ନିର୍ଦ୍ଧାରିତ ସମୟ ଭିତରେ କିଭଳି ହାସଲ କରାଯାଇପାରିବ ସେ ନେଇ ପ୍ରୟାସ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଓଡିଶା ପ୍ରତ୍ୟାବର୍ତ୍ତନ କରିବେ।

ସମ୍ବନ୍ଧିତ ଖବର