ସି ଜିନପିଙ୍ଗ୍‌ଙ୍କ କରୋନା ନୀତିକୁ ଚୀନ୍‌ ଜନତାଙ୍କ ବିରୋଧ

ବେଜିଂ: ଚୀନ୍‌ରେ କରୋନାର ଅବସ୍ଥା ଅତ୍ୟନ୍ତ ଖରାପ। ଗୋଟିଏ ପରେ ଗୋଟିଏ ସହରରେ ଲକଡାଉନ୍ କରାଯାଉଛି। ଅଧିକାରୀମାନଙ୍କ ଦ୍ଵାରା ଶୂନ କୋଭିଡ୍ ନୀତି(ଜିରୋ କୋଭିଡ୍ ନୀତି)ର କଠୋର ନିୟମକୁ ବିରୋଧ କରି ଚୀନର ଜନତା ନିଜର ନିରାଶା ଓ ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଉଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ ନେଟିଜେନ୍ସ(ନେଟ୍ ବ୍ୟବହାରକାରୀ) ଅଭିଯୋଗ କରୁଛନ୍ତି ଯେ, ସି ଜିନପିଙ୍ଗଙ୍କ ସରକାର ପୂର୍ଣ୍ଣ ଲକ୍-ଡାଉନ୍ ଲାଗୁ କରିବା ଓ ବାରମ୍ବାର କରୋନା ପରୀକ୍ଷା କରିବା ଯୋଗୁଁ ତାଙ୍କ ଆର୍ଥିକ କ୍ଷତି ହେଉଛି। ସରକାରଙ୍କୁ କଠୋର ନିୟମ ଲଗାଇବା ଉଚିତ ନୁହେଁ। ଚୀନରେ କୋଭିଡ୍-୧୯ ସ୍ଥିତି ବିଗୁଡୁଥିବାରୁ ୨୦ରୁ ଅଧିକ ରାଜ୍ୟ ଓ ସହରରେ ଲକଡାଉନ୍ ଲାଗୁ କରାଯାଇଛି। ଏହି ନୀତି ଜୀବନଜୀବିକାକୁ ପ୍ରଭାବିତ କରୁଥିବାରୁ ଏହାକୁ ବିରୋଧ କରାଯାଉଛି।

ଚୀନ୍ ମିଡିଆ ଅନୁସାରେ ଜିଲିନ୍ ଓ ସାଙ୍ଘାଇରେ ମହାମାରୀର ସ୍ଥିତି ବିଗିଡି ଯାଇଛି। ଏଥିପାଇଁ ଭାଇରସକୁ କାବୁ କରିବା ପାଇଁ କଠୋର ନିୟମ ଲାଗୁ କରାଯାଇଛି। ସାଙ୍ଘାଇରେ ଜିଲିନ୍ ଅପେକ୍ଷା ଅଧିକ ହଟ୍-ସ୍ପଟ୍ ଜୋନ୍ ଘୋଷଣା କରାଯାଇଛି।

ଚୀନ୍ ସରକାର ଭାଇରସ ପ୍ରତି କଠୋର ହୋଇ କଡା ଲକ୍-ଡାଉନ୍, ଅଧିକ ସଂଖ୍ୟାରେ ଟେଷ୍ଟ ଓ କ୍ଵାରାଣ୍ଟାଇନ ଉପରେ ନିର୍ଭର କରୁଛନ୍ତି। ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ଆୟୋଗ ଦ୍ଵାରା ନିଜ ନିୟନ୍ତ୍ରଣ ଉପାୟଗୁଡିକୁ ସହଜ ବନାଇବା ପାଇଁ ନୂଆ ଦିଶା ନିର୍ଦ୍ଦେଶ ଜାରି କରିବାର କିଛି ସମୟ ପରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କହିଥିଲେ ବେଜିଂ ନିଜର ଶୂନ-କୋଭିଡ୍ ନୀତି ଜାରି ରଖିବ।

ସମ୍ବନ୍ଧିତ ଖବର