ଅହମଦାବାଦ: ବିମାନ ପରି ଭାଙ୍ଗି ପଡିଛି ସହର । ସବୁଠି ଲୁହ କୋହର ଆଉ ଚିତ୍କାର । ଦୁର୍ଘଟଣାସ୍ଥଳରୁ ହସ୍ପିଟାଲ ସବୁଠି ହାହାକାର ଆଉ କରୁଣ କ୍ରନ୍ଦନ.. ମୃତକଙ୍କ ପରିବାର ଲୋକଙ୍କ ଲୁହରେ ବତୁରି ଗଲାଣି ସହର । ଦୁର୍ଘଟଣାର ସେ ଭୟଙ୍କର ଚିତ୍ର ଆଉ ଦୁର୍ଘଟଣା ପରର ସେ ଛାତିଥରା ଦୃଶ୍ୟ ଦେଖି ଅହମଦାବାଦ ଆଖିରେ ବି ଲୁହ ଜକେଇ ଆସିଛି ।
ପୂରା ସହର ବିମାନ ଦୁର୍ଘଟଣା ପରେ ଭାଙ୍ଗି ପଡିଛି । ସହରବାସୀ ମଧ୍ୟ ଘଟଣାକୁ ନେଇ ଆତଙ୍କିତ, ଭୟଭୀତ ଆଉ ଜୀବନକୁ ନେଇ ଆଶଙ୍କିତ । ଜୀବନଟା ଅନିଶ୍ଚିତତା କେତେବେଳେ କିଛି ବି ହେଇପାରେ । ବିମାନ ଦୁର୍ଘଟଣାକୁ ଅତି ପାଖରୁ ଦେଖିଥିବା ଲୋକଙ୍କୁ ରାତିରେ ନିଦ ହେଉନି । ସେ ଦୃଶ୍ୟ ଆଖି ସାମ୍ନାରେ ନାଚି ଯାଉଛି ।
ଆଉ ଏତିକି ବେଳେ ସହରକୁ ସାହସ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ । ବିମାନ ପରି ଭାଙ୍ଗି ପଡିଥିବା ଅହମଦାବାଦର ମନୋବଳ ବଢାଇବାକୁ ସହର ଛାତିରେ ଲାଗିଛି ପୋଷ୍ଟର, ବ୍ୟାନର ଓ ହୋର୍ଡିଂ । ଯେଉଁଛି ଲେଖା ଯାଇଛି - ରେ ସହର, ଧୈର୍ଯ୍ଯ ଧର.. ବିମାନ ପରି ଅହମଦାବାଦ ବି ଭାଙ୍ଗି ପଡିଛି ।