ଇସଲାମ ନଗର ଜଗଦୀଶପୁର ନାମରେ ନାମିତ

ଇନ୍ଦୋର : ମଧ୍ୟପ୍ରଦେଶ ସରକାର ରାଜ୍ୟ ରାଜଧାନୀ ଭୋପାଳରେ ଥିବା ଐତିହାସିକ ଇସଲାମ ନଗରର ନାମ ପରିବର୍ତ୍ତନ କରିଛନ୍ତି। ଇସଲାମ ନଗରର ନାମ ପରିବର୍ତ୍ତନ କରି ଜଗଦୀଶପୁର ରଖାଯାଇଛି। ଆଫଗାନ-ମୁଗଲ ଶାସକ ଦୋସ୍ତ ମହମ୍ମଦ ଖାନଙ୍କ ଦ୍ବାରା ଇସଲାମ ନଗର ନାମକରଣ ହୋଇଥିଲା। ସହରର ନାମ ପରିବର୍ତ୍ତନ ହୋଇଥିବା ନେଇ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର